ମାଓ ପୋଷ୍ଟର ; ସାମ୍ବାଦିକଙ୍କୁ ଚେତାବନୀ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସେଥିରେ ସାମ୍ବାଦିକ ମାନେ ପୁଲିସର ଗୋଡାଣିଆ ନ ହୋଇ ନିରପେକ୍ଷ ଭାବେ କାମ କରିବାକୁ ଚେତାବନୀ ଦିଆଯାଇଛି । ଏଥି ସହିତ କିଛି ଦିନ ତଳେ ଟାପରାଙ୍ଗ ଗାଁରେ ପୁଲିସ ,ମାଓବାଦୀ ମଧ୍ୟରେ ଗୁଳି ବିନିମୟକୁ ହତ୍ୟା ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି । ସେଦିନ ପୁଲିସ ଗୁଳିରେ ମୃତ ମାଓବାଦୀ ଲଳିତ , ଓରଫ ରାଜ କମଲ , ରିତୁ ଓରଫ ପୋଜା ଏବଂ ସନ୍ଦେଶ ଓରଫ ଲଖୁଙ୍କୁ ସହିଦ ବୋଲି ପୋଷ୍ଟରରେ ଆଖ୍ୟା ଦିଆଯାଇଛି । ଏହି ଖବର ଜଣା ପଡିବା ପରେ ସମ୍ପୃକ୍ତ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।
Comments are closed.