www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀକ୍ଷେତ୍ରରୁ ଅଣା ଯାଇଥିବା ରଥ ଚକ ପ୍ରତିଷ୍ଠା

ଭବାନୀପାଟଣା : ଶ୍ରୀକ୍ଷେତ୍ରରୁ ଅଣା ଯାଇଥିବା ରଥ ଚକକୁ ଆଜି କାର୍ତ୍ତିକ ମାସ ତୃତୀୟ ସୋମବାରରେ ସ୍ଥାନୀୟ ଭବାନୀ ଶଙ୍କର ମନ୍ଦିର ପରିସରରେ ପ୍ରତିଷ୍ଠା କରାଯାଇଛି। ଚାରୋଟି ଚକ ମଧ୍ୟରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥର ଦୁଇଟି, ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଗୋଟିଏ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟାଏ ଚକ ରହିଛି। ଆଜି ରଥଚକ ପ୍ରତିଷ୍ଠା ପାଇଁ  ପଣ୍ଡିତ ବଳବନ୍ତ ପଣ୍ଡା, ଭବାନୀଶଙ୍କର ମନ୍ଦିରର ପୂଜକ ମନୋଜ କୁମାର ମୁନି ଏବଂ ସରୋଜ କାନ୍ତ ମୁନି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିବା ବେଳେ ବିନୋଦ ବିହାରୀ ବେହେରା ସସ୍ତ୍ରୀକ ପ୍ରତିଷ୍ଠା କର୍ମର କର୍ତ୍ତାକର୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ଏଣିକି ଶ୍ରଦ୍ଧାଳୁମାନେ ପ୍ରତିଦିନ ହରଙ୍କ ମନ୍ଦିରରେ ହରିଙ୍କ ଚକ ଦର୍ଶନର ସୁଯୋଗ ପାଇଥିବାରୁ ଖୁସି ପ୍ରକାଶ କରିଥିଲେ। ପବିତ୍ର କାର୍ତ୍ତିକ ମାସରେ ମନ୍ଦିର ପରିସରରେ ଗତ ୩ ତାରିଖରୁ ପ୍ରତିଦିନ ଅପରାହ୍ନ ୩ଟାରେ ଆରମ୍ଭ ହେଉଥିବା ଶିବ ମହାପୁରାଣ ପ୍ରବଚନ ଆସନ୍ତା ୧୧ ତାରିଖ ଯାଏଁ ଚାଲିବ। ଏଥିରେ ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଯୋଗଦେବାକୁ ଆୟୋଜକ ମାନେ ଅନୁରୋଧ କରିଛନ୍ତି।

ନଭେମ୍ବରରେ ଗ୍ରହଙ୍କ ମହାସଂଯୋଗ: ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବେ ଶିବଶଙ୍କର, ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ..

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories