www.samajalive.in
Sunday, December 7, 2025
15.1 C
Bhubaneswar

ଆସିଲା ବାତ୍ୟା ‘ଦାନା’ ଘଟାଇଥିବା କ୍ଷୟକ୍ଷତି ରିପୋର୍ଟ; ‘ଦାନା’ ପାଇଁ କ୍ଷତି ୬ଶହ କୋଟି..

ଭୁବନେଶ୍ୱର : ବାତ୍ୟା ‘ଦାନା’ ଘଟାଇଥିବା କ୍ଷୟକ୍ଷତି ରିପୋର୍ଟ ସୋମବାର ସାମ୍ନାକୁ ଆସିଛି । କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପକ୍ଷରୁ ସୂଚନା ମିଳିଛି । ମନ୍ତ୍ରୀ କହିଛନ୍ତି, ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬ ଶହ କୋଟି ଟଙ୍କା କ୍ଷତି ହୋଇଛି । ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲା ଅଧିକ କ୍ଷତିଗ୍ରସ୍ତ ହୋଇଛି । ମୟୁରଭଞ୍ଜ, ଯାଜପୁର, ଜଗତସିଂହପୁର, କଟକ ମଧ୍ୟ ପ୍ରଭାବିତ ହୋଇଛି । ପଞ୍ଚାୟତିରାଜ ବିଭାଗ ଛଡା ଅନ୍ୟ ସବୁ ବିଭାଗର ରିପୋର୍ଟ ଆସିଛି । ସନ୍ଧ୍ୟା ସୁଦ୍ଧା ସମସ୍ତ ରିପୋର୍ଟ ମିଳିବା ପରେ ଚୂଡାନ୍ତ ହିସାବ ହେବ ।ମୋଟାମୋଟି ଭାବେ ୧୪ ଜିଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି । ୧୧,୬୩୭ ଗାଁର ୪୧ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ମୋଟ ୧୬,୪୧୭ ଘର ପ୍ରଭାବିତ ହେବା ସହ ୨୭ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ୧୪,୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଚୂଡାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ବାସ୍‌ ଏହି ସରଳ ଉପାୟରେ ପତି-ପତ୍ନୀ ମଧ୍ୟରେ ଆଦୌ ହେବନି କଳହ, ଅଶାନ୍ତି,ସୁଖମୟ ହେବ ଜୀବନ..

- Advertisement -

ରିପୋର୍ଟ ଆସିବା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ । ଚୂଡାନ୍ତ ଆକଳନ ପରେ କେନ୍ଦ୍ରକୁ କ୍ଷତିପୂରଣ ପାଇଁ ରିପୋର୍ଟ ଦିଆଯିବ । କେନ୍ଦ୍ର ସହାୟତା ରାଶି ଦେବା ପୂର୍ବରୁ ରାଜ୍ୟ ନିଜସ୍ୱ ପାଣ୍ଠି ବାଣ୍ଟିବ ।

ନଭେମ୍ବରରେ ଗ୍ରହଙ୍କ ମହାସଂଯୋଗ: ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବେ ଶିବଶଙ୍କର, ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories