ଭବାନୀପାଟଣା: ସାମାନ୍ୟ ବଚସାକୁ କେନ୍ଦ୍ରକରି ଗୁରୁବାର ବିଳମ୍ୱିତ ରାତିରେ ଛୁରା ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ସ୍ଥାନୀୟ ବାହାଦୁରବଗିଚା ପଡ଼ାର ସତ୍ୟନାରାୟଣ ରଏ (୨୪) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ନଗରପାଳିକା ସମ୍ମୁଖରେ ଦୁଇଗୋଷ୍ଠୀ ମଧ୍ୟରେ ସାମାନ୍ୟ କଥାକୁ କେନ୍ଦ୍ରକରି ଯୁକ୍ତିତର୍କ ହେଇଥିଲା। ଏହି ସମୟରେ ଅପର ଗୋଷ୍ଠୀର ରାଜ ବାଗ, ସତ୍ୟନାରାୟଣଙ୍କୁ ଛୁରା ଭୁସି ଦେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଗୁରୁତର ସତ୍ୟନାରାୟଣଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଟାଉନ୍ ଥାନା ପୁଲିସ ଏହି ଘଟଣାରେ ଦେବାନ ସାହେବ୍ ପଡ଼ାର ରାଜ ବାଗ, ଲଖନ ବାଗ, ଶିବାନନ୍ଦ ବାଗଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଆଜି ସକାଳେ ସନ୍ଧାନୀ କୁକୁର ସହିତ ପୁଲିସ ଘଟଣାସ୍ଥଳରେ ତଦନ୍ତ କରୁଛି।
ଦେଖନ୍ତୁ ଭିଡିଓ ;ଭୟଙ୍କର ଷଣ୍ଢ ଲଢେଇ ବେଳେ ଯାଉଥିଲେ ଯୁବତୀ, ଯାହା ଅବସ୍ଥା ହେଲା ଭୟରେ ଥରି ଉଠିବ ଛାତି..



