www.samajalive.in
Wednesday, December 10, 2025
18.1 C
Bhubaneswar

ଜଣେ ଶିଶୁ ଡିପଥେରିଆ ଆକ୍ରାନ୍ତ: ସ୍ପଷ୍ଟ କଲା ସ୍ବାସ୍ଥ୍ୟ ବିଭାଗ

ଭବାନୀପାଟଣା : ଥୁଆମୂଲ୍ ରାମପୁର ବ୍ଲକ୍ ଅନ୍ତର୍ଗତ ସରାଫାସ ଗାଁର ରବି ମାଝିଙ୍କ ପୁଅ ଅଜୟ ମାଝି (୨) ଡିପଥେରିଆ ରୋଗରେ ଆକ୍ରାନ୍ତ ଥିବା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ତେବେ ୪୮ ଘଣ୍ଟା ରୁ ଅଧିକ ସମୟ ଧରି ତାର ଚିକିତ୍ସା ଚାଲିଥିବାରୁ ସେ ବିପଦ ମୁକ୍ତ ଥିବା କଳାହାଣ୍ଡି ଏଡିଏମଓ ଡଃ ରଞ୍ଜନ ମିତ୍ର “ସମାଜ” କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଡିପଥେରିଆ ସନ୍ଦେହ ରେ ଗତ ୧୮ ତାରିଖ ରାତିରେ ସରାଫାସ ଗାଁର ୪ ଜଣ ଶିଶୁ ଏବଂ ଭୂର୍ଭୂରି ଟେମରା ଗାଁର ଜଣେ ଶିଶୁକୁ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ଏକ ସ୍ବତନ୍ତ୍ର ସଂକ୍ରମଣ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ସମସ୍ତଙ୍କ ସ୍ଵାବ ପରୀକ୍ଷା ପରେ ଡିପଥେରିଆରେ ଜଣେ ଆକ୍ରାନ୍ତ ହେଇଥିବା ଚିହ୍ନଟ ବେଳେ ଅନ୍ୟମାନେ ଆକ୍ରାନ୍ତ ନଥିବା ଡଃ ମିତ୍ର ସୂଚନା ଦେଇଛନ୍ତି। ତେବେ ଆକ୍ରାନ୍ତ ଶିଶୁକୁ ଆହୁରି ଦୁଇ ଦିନ ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି।

ଦୈନିକ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

- Advertisement -

ତେବେ ଜିଲ୍ଲାରେ ଡିପଥେରିଆରେ ଜଣେ ଆକ୍ରାନ୍ତ ହେଇଥିବା ସ୍ପଷ୍ଟ ହେଇଥିବାରୁ ସ୍ବାସ୍ଥ୍ୟ ବିଭାଗ ତତ୍ପର ହେଇଛି। ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ରାକେଶ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ସଂକ୍ରମଣ ନିରୋଧ ଅଧିକାରୀ ନିହାର ଠାକୁର, ଜିଲ୍ଲା ଟିକାକରଣ ଅଧିକାରୀ ଲୋକନାଥ ବେହେରା, ଏସଆରଏମ ଭେଷଜ ମହାବିଦ୍ୟାଳୟର ଦୁଇ ଅଧ୍ୟାପକ ଡଃ ସୁମନ୍ତ କୁମାର ସାହୁ ଏବଂ ଡଃ ସାରଦା ପ୍ରସନ୍ନ ସ୍ୱାଇଁ ପ୍ରମୁଖ ଆଜି ଥୁଆମୂଲ୍ ରାମପୁର ବ୍ଲକ୍ ମହକୁମା ଯାଇଛନ୍ତି। ସେଠାରେ ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିବେ। ପାଗ ଠିକ୍ ରହିଲେ ଆସନ୍ତାକାଲି ସ୍ବାସ୍ଥ୍ୟ କର୍ମୀଙ୍କ ତିନିଟି ଟିମ୍ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳ ଭିତରେ ଥିବା ସରାଫାସ, ଭୂର୍ଭୂରୀ ଟେମରା ପ୍ରଭୃତି ଗାଁରେ ସାମୁହିକ ଟୀକା କରଣ କରିବେ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ମୁନୁସ ପଦର ଅଞ୍ଚଳରେ ଡିପଥେରିଆରେ ଅନେକ ଶିଶୁ ଆକ୍ରାନ୍ତ ହେଇଛନ୍ତି। ସେହି ଗାଁ ସଂଲଗ୍ନ କଳାହାଣ୍ଡି ସରାଫାସ ଗାଁର ଲୋକେ ସେଠାକୁ ଯିବା ଆସିବା କରି ଜ୍ଵରରେ ଆକ୍ରାନ୍ତ ହେଇ ଡିପଥେରିଆରେ ସଂକ୍ରମିତ ହେଇଥିବା ସନ୍ଦେହରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories