www.samajalive.in
Saturday, December 6, 2025
26.1 C
Bhubaneswar

କଣ୍ଠଶିଳ୍ପୀ ସୁନାମ ସୁନାଙ୍କ ଦେହାନ୍ତ

ଭବାନୀପାଟଣା : କଳାହାଣ୍ଡିର ସୁନାମଧନ୍ୟ ଯୁବ କଣ୍ଠଶିଳ୍ପୀ ସୁନାମ ସୁନା ଓରଫ ମୁନ୍ନାଙ୍କର ଆଜି ସକାଳେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି କିଡନୀ ଜନିତ ରୋଗରେ ପିଡିତଥିବା ଜଣାପଡିଛି । ଆମେ କଳାହାଣ୍ଡିଆ ଭେଣ୍ଡିଆ ରସିଆ ପିଲା , ଆମକେ ଶାଢ଼ୀ ପିନ୍ଧା ଧାଙ୍ଗିରି ଭଲ ” ଗୀତ ଫେମ ମୁନ୍ନା ବିଭିନ୍ନ ଧରଣର ଗୀତ ଗାଇ ଶ୍ରୋତାଙ୍କ ମନ ଜିଣି ନେଉଥିଲେ । ତେବେ କିଶୋର କୁମାରଙ୍କ ଗୀତ ଗୁଡ଼ିକ ସୁନ୍ଦର ଭାବେ ଗାଇବା ଯୋଗୁଁ ସେ କଳାହାଣ୍ଡିଆ କିଶୋର କୁମାର ଭାବେ ଦର୍ଶକଙ୍କ ଦ୍ଵାରା ମାନ୍ୟତା ପାଇଥିଲେ । ଶେଷଥର ପାଇଁ ରଥଯାତ୍ରା ସମୟରେ ଗତ ୨୪ ତାରିଖ ଦିନ ସ୍ଥାନୀୟ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସରରେ ସେ ଭଜନ ପରିବେଷଣ କରିଥିଲେ । ଏପରିକି କିଡନୀ ଡାୟଲିସିସ ସାରି ଡାକ୍ତରଖାନାରୁ ସିଧା ମାଉସୀ ମାଁ ମନ୍ଦିରକୁ ଆସି ସେ ଏହି ଭଜନ ପରିବେଷଣ କରିଥିବା ପରେ ଜଣାପଡ଼ିଥିଲା । ତେବେ ସଙ୍ଗୀତ ପାଇଁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ସୁନାମଙ୍କର ଆଜି ସକାଳୁ ମୃତ୍ୟୁ ଖବର ଜଣାପଡିବା ପରେ ଜିଲ୍ଲାର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ସ୍ତ୍ରୀ ଏବଂ ଜଣେ ପୁଅ ଥିବା ଜଣାପଡ଼ିଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories