www.samajalive.in
Saturday, December 6, 2025
14.1 C
Bhubaneswar

ଗଛକାଟି, ପୋଷ୍ଟର ଲଗାଇ ରାସ୍ତା ଅବରୋଧ କଲେ ମାଓବାଦୀ

ଭବାନୀପାଟଣା : କିଛି ଦିନର ନୀରବତା ପରେ ପୁଣି ମାଓବାଦୀ ମାନେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଓ ରାସ୍ତା ଅବରୋଧ କରି ନିଜର ଉପସ୍ଥିତି ଜାହିର କରି ଚାଲିଛନ୍ତି ଲାଲ ବାହିନୀ । ଗତ ୧୪ ତାରିଖ ରାତିରେ କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ଠାରୁ ମାତ୍ର ୧୦କିଲୋମିଟର ଦୂର ଭବାନୀପାଟଣା – ଥୁଆମୂଲରାମପୁର ମୁଖ୍ୟରାସ୍ତାର ଶଗଡା ନିକଟସ୍ଥ କିଟିପଦରଛକ ନିକଟରେ ମାଓବାଦୀ ମାନେ ବଡବଡ ଗଛ କାଟି ରାସ୍ତା ଅବରୋଧ କରିବା ସହିତ ମାଓବାଦୀ ମାନେ ରାସ୍ତା ଅବରୋଧର କାରଣ ପୋଷ୍ଟର ମାଧ୍ୟରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯିବା ସହିତ ଭୟରେ ଭବାନୀପାଟଣା – ଥୁଆମୂଲରାମପୁର ଯିବା ଆସିବା ବନ୍ଦ ରହିଛି । ଲଗାଯାଇଥିବା ବ୍ୟାନର ଓ ପୋଷ୍ଟରରେ ଉଲ୍ଲେଖ କରାଯାଇଛି , ମଇ ୧୫ ରୁ ୭ ଜିଲ୍ଲା କନ୍ଧମାଳ, କଳାହାଣ୍ଡି, ରାୟଗଡା, ବୌଦ୍ଧ, ନୟାଗଡ, ଗଜପତି ଓ ଗଞ୍ଜାମ ୨୪ଘଣ୍ଟିଆ ବନ୍ଦ୍ କୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ମାଓବାଦୀ ମାନେ ଗତ ୧୪ ରାତିରେ ଭବାନୀପାଟଣା – ଥୁଆମୂଲରାମପୁର ମୁଖ୍ୟ ରାସ୍ତାର ଶଗଡା ନିକଟସ୍ଥ କିଟିପଦର ଛକ ନିକଟରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି ।୧୫ ତାରିଖ ସକାଳୁ ଉକ୍ତ ରାସ୍ତାରେ ଯିବା ଆସିବା ଲୋକମାନେ ପ୍ରଥମେ ଦେଖି ପୁଲିସକୁ ଖବର ଦେଇଥିଲେ ।
ଦୀର୍ଘ ସମୟ ପରେ ସିଆରପିଏଫ ଯବାନ ଓ ଆଣ୍ଟି ବମ୍ ସ୍କ୍ୱାର୍ଡ ଘଟଣା ସ୍ଥଳକୁ ଯାଇ ତନାଘନା ଯାଞ୍ଚ କରୁଥିବା ଜଣାଯାଇଛି। ମାଓ ଭୟରେ ଉକ୍ତ ରାସ୍ତାରେ ଯିବା ଆସିବା ଦୀର୍ଘ ସମୟ ଧରି ବନ୍ଦ ରହିଥିଲା । ଏହି ପୋଷ୍ଟର ଓ ବ୍ୟାନରରେ ସମସ୍ତ ଆଦିବାସୀ, ଦଳିତ, ଚାଷି ମୂଲିଆ ଓ ଗରିବ ପରିବାରକୁ ଆଗାମି ଛଅ ମାସ ଭିତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦେବା ,ପିଡିଏସ୍ ଚାଉଳ ସମେତ ଡାଲି, ତେଲ, ଲୁଣ ମାଗଣାରେ ଯୋଗାଇ ଦେବା , ଦରଦାମ ବୃଦ୍ଧିକୁ ରୋକିବା ,ସବୁ ଗାଁକୁ ସବୁଦିନିଆ ପକ୍କା ରାସ୍ତା , ସ୍ୱଛ ପିଇବା ପାଣି, ବିଦ୍ୟୁତ ସଂଯୋଗ ଓ ସବୁ ପରିବାରକୁ ମାଗଣାରେ ୧୦୦ ୟୁନିଟ୍ ପର୍ୟ୍ୟନ୍ତ ବିଦ୍ୟୁତ୍‌ ଯୋଗାଇ ଦିଅ ,ସବୁ ପଞ୍ଚାୟତରେ ଗୋଟିଏ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ସହିତ ଅଭିଜ୍ଞ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ପ୍ରଦାନ , ପ୍ରତି ପଞ୍ଚାୟତରେ ଗୋଟିଏ ଆଦର୍ଶ ସ୍କୁଲ ଖୋଲିବା ଏବଂ ପିଲା ଅଭାବ ଦର୍ଶାଇ ବନ୍ଦ କରି ଦିଆଯାଇଥିବା ସବୁ ସ୍କୁଲକୁ ପୁଣି ତୁରନ୍ତ ଖୋଲାଯିବା , ଆବଶ୍ୟକ ଶିକ୍ଷକଙ୍କୁ ନିଯୁକ୍ତି , ଖାଲିଥିବା ଶିକ୍ଷକ ପଦବି ତୁରନ୍ତ ପୁରଣ , ଆଦିବାସୀ ଦଳିତ ଛାତ୍ରଛାତ୍ରୀଙ୍କୁ ମାସିକ ତିନି ହଜାର ଟଙ୍କା ଷ୍ଟାଇପେଣ୍ଡ୍ ପ୍ରଦାନ , ବାର୍ଦ୍ଧକ୍ୟ , ବିଧବା ଓ ଭିନ୍ନକ୍ଷମ ଭତ୍ତା ମାସିକ ତିନି ହଜାର ଟଙ୍କା ପ୍ରଦାନ , ବ୍ୟାଙ୍କ ବଦଳରେ ସିଧାସଳଖ ହାତକୁ ଟଙ୍କାପ୍ରଦାନ , ପେସା ଆଲଜିକୁ କଡା କଡା ଭାବରେ ତୁରନ୍ତ ଲାଗୁ କରିବା , ପ୍ରତି ଆଦିବାସୀ, ଦଳିତ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ୧୫ ଏକର ଲେଖାଏ ଜଙ୍ଗଲ ଜମି ପଟ୍ଟା ପ୍ରଦାନ , ମଦ ବିକ୍ରି ତୁରନ୍ତ ବନ୍ଦ , ଆଦିବାସୀ ବସବାସ ଅନୁଷ୍ଠିତ ଅଞ୍ଚକର ବିକାଶ ପାଇଁ ବିଶେଷ ଯୋଜନା କରାଯାଇ ଅଧିକ ଅର୍ଥ ଆଦାୟ ,ଦାଦନ ରୋକ, ଯେଉଁ ପର୍ୟ୍ୟନ୍ତ ରୋଜଗାର ଯୋଗାଇ ଦିଆ ନ ଯାଇଛି ସେ ପର୍ୟ୍ୟନ୍ତ ବେକାରି ଉତ୍ତା ମାସିକ ତିନି ହଜାର ଟଙ୍କା ପ୍ରଦାନ , ମନରେଗା ଯୋଜନାରେ ବାର୍ଷିକ ଦୁଇଶହ ଦିନର କାମ ଯୋଗାଇ ଦେବା , ଦୈନିକ ମଜୁରୀ ଛଅ ଶହ ଟଙ୍କା ବୃଦ୍ଧି , ସିଆଳି (ଖଲି), କେନ୍ଦୁ ପତ୍ର ଆଦି ଜଙ୍ଗଲଜାତ ଦ୍ରବ୍ୟ ଉପରୁ ଜି.ଏସ୍.ଟି ନେବା ବନ୍ଦ କରିବା ,ଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ଦାମ ପ୍ରଦାନ , ଫସଲର ସହାୟକ ମୂଲ୍ୟ ବୃଦ୍ଧି , ପ୍ରତି ବ୍ଲକ୍ ରେ ଗୋଟିଏ ଶିତଳ ଭଣ୍ଡାର ଖୋଲାଯିବା , ସମସ୍ତ ଚାଷିଙ୍କୁ କାଳିଆ ଯୋଜନାରେ ସହାୟତା , ସାହୁକାର ଶୋଷଣ ବନ୍ଦ କରି , ବିସ୍ଥାପନ ବନ୍ଦ କରିବା , ବକ୍ସାଇଟ୍‌, କୋଇଲା ଓ ଅନ୍ୟ ଖଣିଜ ପଦାର୍ଥ ଖନନ ପାଇଁ ଏବଂ କାରଖାନା ନଦୀବନ୍ଧ ନିର୍ମାଣ ପାଇଁ ବେଦାନ୍ତ, ବିର୍ଲା, ଆଦାନୀ ପରି କଂପାନିକୁ ଦିଆଯାଇଥିବା ଖଣି ଲିଜ୍ କୁ ବାତିଲ କରିବା ,ଖଣି ଭିତିକ ଶିଳ୍ପ ବଦଳରେ ଜଙ୍ଗଲଜାତ ଦ୍ରବ୍ୟ ପ୍ରକ୍ରିୟାଗଣ, କୃଷି ଅନୁବନ୍ଧିତ ଶିଳ୍ପ ପ୍ରତିଷ୍ଠା କରାଯିବା , ଜଳ, ଜମି, ଜଙ୍ଗଲ ଉପରେ ଅଧିକାର ଏହି ଦାବିକୁ ଜନସାଧାରଣ ସମର୍ଥନ ଜଣାଇ ୨୪ ଘଣ୍ଟିଆ ବନ୍ଦ ପାଳନକୁ ସଫଳ କରିବା ପାଇଁ ଆହ୍ୱନ ଆହ୍ୱାନ ଦେଇଛନ୍ତି । ଉକ୍ତ ଅଞ୍ଚଳରେ କୋକୁଆ ଭୟ ଦେଖା ଦେଇଛି । କୁମ୍ବିଂ ଅପରେସନକୁ ଆହୁରି ବ୍ୟାପକ କଡାକଡି କରାଯାଇଛି ବୋଲି ଏସ୍ ପି ଅଭିଳାଷ ଜୀ ପ୍ରକାଶ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories