ଭବାନୀପାଟଣା: ନିର୍ବାଚନ ପୂର୍ବରୁ ଚାଲିଛି ଟଙ୍କା ବଣ୍ଟା । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନମଣ୍ଡଳୀ ଅଞ୍ଚଳରେ କିଛି କର୍ମୀମାନେ ଟଙ୍କା ବାଣ୍ଟୁଥିବା ଦେଖିବାକୁ ମିଳିଛି । ମୂଷାପାଲି ଗାଁରେ କିଛି ଲୋକ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍ ଦେବାକୁ କହି ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ଟଙ୍କା ବାଣ୍ଟୁଥିବା ସମୟରେ କିଛି ଗ୍ରାମବାସୀ ଯୁବକ ଜଣଙ୍କୁ ଧରିଛନ୍ତି । ଭିଡିଓରେ ଜଣେ ବ୍ୟକ୍ତି ପୁଳାପୁଳା ଶହେଟଙ୍କିଆ ନୋଟ୍ ମଧ୍ୟ ଧରିଥିବା ଦେଖିବାକୁ ମିଳିଛି । ଆଉ ଟଙ୍କାକୁ ନେଇ ଚାଲିଛି ଠେଲାପେଲା । ଆଉ ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘରୁବୁଲୁଛି ଭବାନୀ ପାଟଣାରୁ ବିକାଶ ଷଡ଼ଙ୍ଗୀଙ୍କ ରିପୋର୍ଟ..
Popular Categories



