ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏବେ ସାରା ବିଶ୍ବରେ ପାକିସ୍ତାନ ପ୍ରତି ସମସ୍ତଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଛି। ଯେତେ ସ୍ପଷ୍ଟିକରଣ ଦେଲେ ମଧ୍ୟ ପାକିସ୍ତାନ ଯେ ଆତଙ୍କବାଦୀଙ୍କୁ ନିଜ ଦେଶରେ ପ୍ରଶ୍ରୟ ଦେଉଛି, ପ୍ରୋତ୍ସାହନ ଦେଉଛି ଓ ପାକିସ୍ତାନ ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଛି, ତାହା ପୁଣି ଥରେ ପ୍ରମାଣିତ ହୋଇଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ସିଆରପିଏଫ ଯବାନ ସହିଦ ହେବା ପରେ ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତି ଉଠିଛି । ଗୋଟିଏ ପଟେ ସମସ୍ତେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ବେଳେ ସଭିଙ୍କ ମନରେ କିନ୍ତୁ କ୍ରୋଧ ବସା ବାନ୍ଧିଛି। ’ସହିଦ ଅମର ରହେ..,ପାକିସ୍ତାନ ମୁର୍ଦ୍ଦାବାଦ ସ୍ଳୋଗାନ ଦେଇ କେତେକ ସ୍ଥାନରେ ପାକିସ୍ତାନର ଜାତୀୟ ପତାକା ପୋଡା ଯାଇଛି । ଏପରିକି ଜମ୍ମୁ-କାଶ୍ମୀରର କେତେକ ସ୍ଥାନରେ ଲୋକେ ଏହି ଆତଙ୍କୀ ଆକ୍ରମଣକୁ ନିନ୍ଦା କରି ପାକିସ୍ତାନର ଜାତୀୟ ପତାକା ପୋଡି ଥିବା ଦେଖିବାକୁ ମିଳିଛି। ଯଦିଓ କୌଣସି ଦେଶର ଜାତୀୟ ପତାକାକୁ ଅସମ୍ମାନ କରିବା ଉଚିତ ନୁହେଁ, ତେବେ ଏହି ନାରକୀୟ କାଣ୍ଡ ପରେ ଲେକଙ୍କ କ୍ରୋଧ ସୀମା ଟପିଛି । ବିଶ୍ବବ୍ୟପୀ ଏହି ଘଟଣାକୁ ନିନ୍ଦା କରାଯାଇଥିବା ବେଳେ ପାକିସ୍ତାନର ଅସଲ ଚେହେରା କିନ୍ତୁ ଏବେ ପଦାରେ ପଡି ଯାଇଛି।
ସର୍ଚ୍ଚ ଇଞ୍ଜିନ ଗୁଗୁଲ ମଧ୍ୟ ପାକିସ୍ତାନକୁ ତା’ର ଅସଲ ଚେହେରା ଦେଖାଇଛି । ସର୍ଚ୍ଚ ଇଞ୍ଜିନ ଗୁଗୁଲରେ ’ବେଷ୍ଟ ଟଇଲେଟ ପେପରେ ଇନ ଦ ୱାଲର୍ଡ’ ସର୍ଚ୍ଚ କଲେ ପାକିସ୍ତାନର ଜାତୀୟ ପତାକା ମିଳୁଛି । ଅନେକ ଫଳାଫଳରେ ପାକିସ୍ତାନର ଜାତୀୟ ପତାକା ଆସୁଛି । ଯାହା ପରେ ପାକିସ୍ତାନକୁ ସାମଜିକ ଗଣମାଧ୍ୟମରେ ପ୍ରବଳ ଟ୍ରୋଲ କରାଯାଉଛି । ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ପ୍ରଧାମମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋକୁ ନେଇ ମଧ୍ୟ ଟ୍ରୋଲ ହୋଇଥିଲା ।



