www.samajalive.in
Friday, December 5, 2025
20.1 C
Bhubaneswar

ତେଲେଙ୍ଗନାରେ ନାବାଳକ ଓଡ଼ିଆ ଦାଦନ ମୃତ

ଧର୍ମଗଡ : ଦାଦନ ପୁଣି ଏକ ଜୀବନ ନେଇଛି। ପେଟ ପାଇଁ ଆହର ମୁଠାଏ ଯୋଗାଇବାକୁ ଯାଇ ତେଲେଙ୍ଗାନାରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ନାବାଳକ ଜଣକ ଧର୍ମଗଡ ବ୍ଳକ ଅନ୍ତର୍ଗତ ଚିଲଚିଲା ଗାଁର ଅକୁର ମାଝୀ(୧୫) ବୋଲି ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ ଚିଲଚିଲା ଗାଁର ଅକୁର ମାଝି ଗତ କିଛି ମାସ ତଳେ ତେଲେଙ୍ଗାନାକୁ କାମ କରିବାକୁ ଯାଇଥିଲା। ସେ ସେଠରେ ଏକ ଟ୍ରକ ହେଲପର ଭାବେ କାମ କରୁଥିଲା। ଗତ ୧୫ ତାରିଖରେ ତାଙ୍କ ଗାଡି ଏକ ଗଛରେ ପିଟି ହୋବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଅକୁରଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। ପରିବାରରେ ବାପା,ମାଁ ଓ ଦୁଇ ଭାଇ। ସେ ଘରର ବଡ ପୁଅ। ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଯେଉଁ ବୟସରେ ସ୍କୁଲବସ୍ତାନି ଧରି ପାଠ ପଢ଼ିଯିବା କଥା ସେଇ ବିୟସରେ ସେ ଦାଦନ ଖଟିବାକୁ ଯାଇଥିଲା। ଆସନ୍ତା କାଲି ତାଙ୍କ ମୃତ ଦେହ ଗାଁକୁ ଆସିବ ବୋଲି ଜଣାପଡଛି।।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories