www.samajalive.in
Saturday, December 6, 2025
26.1 C
Bhubaneswar

ବ୍ରହ୍ମପୁର ଆଇଟିଆଇରେ କୃତ୍ରିମ ଘାଷ ପାର୍କ 

ବ୍ରହ୍ମପୁର: ବିଶ୍ବ ଯୁବ ଦକ୍ଷତା ଦିବସ ପାଳନ ଅବସରରେ ବ୍ରହ୍ମପୁର ଆଇଟିଆ ପରିସରରେ ଉଦଘାଟିତ ହୋଇଛି କୃତ୍ରିମ ଘାଷ ପାର୍କ। ଆଇଟିଆଇର ଖେଳପଡ଼ିଆ ନିକଟରେ  ଥିବା​‌ ଏହି ପାର୍କରେ ଅଦରକାରୀ ଲୁହା ଓ କୃତ୍ରିମ ଘାଷରେ ପ୍ରସ୍ତୁତ କରାଯାଇଛି ବଡ ହାତୀ, ଘୋଡା, ଠେକୁଆ, ଜିରାଫ, ଗାଇ, ବାଘ, ଭାଲୁ ଏବଂ ମା ଓ ମମତା ା ପୂର୍ବରୁ ସେଠାରେ ମୁକ୍ତ ସ୍କ୍ରାପ ସଂଗ୍ରହାଳୟ ରହିଥିବା ବେଳେ ବର୍ତ୍ତମାନ ସେଥିରେ ଏହି ପାର୍କ ଯୋଡି ହେବା ପରେ ଆଇଟିଆଇର ଶୋଭା ବର୍ଦ୍ଧନ ସହ ଏଠାରେ ପଢୁଥିବା ବିଦ୍ୟାର୍ଥୀଙ୍କ ସୁକ୍ଷ୍ମ କାରୁକାର୍ଯ୍ୟ ଓ ଉଦ୍ଭାବନ ମନୋଭାବର ଆଉ ଏକ ପରିଚୟ ବୋଲି କୁହାଯାଇଛି।

 

- Advertisement -

ଏହି ପାର୍କ ଉଦଘାଟନ ବେଳେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ବର ବାଲିରାମ ବୋନ୍ଦାର, ଉପଜିଲାପାଳ ଭି. କାର୍ତ୍ତୀଭାସନ ଆଇଟିଆଇରେ ଉପସ୍ଥିତ ଥିବା ବେଳେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶକ ରେଘୁ ଜି, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଆଇଆରଇଏଲ ମୁଖ୍ୟ ପ୍ରବନ୍ଧକ କୃଷ୍ଣଚନ୍ଦ୍ର, ଇଂ ଆରସି ପଟ୍ଟନାୟକ ପ୍ରମୁଖ ଆଭାସୀ(ଅନଲାଇନ) ଜରିଆରେ ଯୋଡି ହୋଇଥିଲେ। ଯୁବକମାନଙ୍କୁ କୌଶଳ ସହ ଉଦୌଗୀ ହେବାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ବିଶ୍ବ ଯୁବ ଦକ୍ଷତା ଦିବସ ପାଳନ କରାଯାଉଥିବା ବେଳେ ବ୍ରହ୍ମପୁର ଆଇଟିଆଇ ଅନ୍ୟ ପାଇଁ ଉଦାହରଣ ବୋଲି ଶ୍ରୀ ବାଗଚୀ ନିଜ ବକ୍ତବ୍ୟରେ କହିଥିଲେ। ପାର୍କରେ ସ୍ଥାନ ପାଇଥିବା ଜୀବଯନ୍ତୁଙ୍କ ପ୍ରତିମୂର୍ତ୍ତିଗୁଡ଼ିକ ଆଇଟିଆଇର ଏଗ୍ରିକଲଚର ମେସିନିଷ୍ଟ, ୱେଲଡର ଓ ପେଣ୍ଟର ଟ୍ରେଡର ବିଦ୍ୟାର୍ଥୀମାନେ ନିର୍ମାଣ କରିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories