www.samajalive.in
Saturday, December 6, 2025
14.1 C
Bhubaneswar

ଏମକେସିଜି ମେଡିକାଲକୁ ଶରୀର ଓ ଚକ୍ଷୁ ଦାନ

ବ୍ରହ୍ମପୁର: ମୃତ୍ୟୁ ପରେ ଭଞ୍ଜନଗର ବାସିନ୍ଦା ନବୀନଚନ୍ଦ୍ର ସାହୁ (୬୭)ଙ୍କ ଚକ୍ଷୁ ଓ ଶରୀରକୁ ତାଙ୍କ ପରିବାର ଲୋକେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲକୁ ଦାନ କରିଛନ୍ତି । ସ୍ବର୍ଗତ ସାହୁ କିଛି ଦିନ ହେବ ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ଏମକେସିଜିରେ ଚିକିତ୍ସିତ ହେଉଥିଲେ। ଆଜି ଭୋରୁ ଡାକ୍ତର ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ନବୀନ ପୂର୍ବରୁ ହିଁ ତାଙ୍କ ମୃତ୍ୟୁ ପରେ ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀମାନଙ୍କ ହିତ ପାଇଁ ମୃତ ଶରୀରକୁ ଦାନ କରିବା ପାଇଁ ସ୍ୱୀକୃତି ଦେଇଥିଲେ। ତାଙ୍କର ସ୍ୱପ୍ନ ସାର୍ଥକ କରିବା ପାଇଁ ତାଙ୍କ ସ୍ତ୍ରୀ କୌଶଲ୍ୟା ସାହୁ, ଦୁଇ ପୁଅ କିରଣ କୁମାର ସାହୁ, ଆଲୋକ ସାହୁ ଆଜି ମରଶରୀରକୁ ଏମକେସିଜି ଦାନ କରିଥିଲେ । ଏମକେସିଜି ଆନାଟୋମି ବିଭାଗର ଡା. ପ୍ରିତମ ପ୍ରତ୍ୟୁଷ ଦାସ, ଡା. ରଶ୍ମିରାଣୀ ପ୍ରଧାନ, ଡା. ସନ୍ତୋଷ ତନ୍ମୟ ମହାପାତ୍ର, ସୁଧୀର କୁମାର ବେହେରା ମର ଶରୀରକୁ ଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories