ରାସ୍ତା ଓ ଗୃହ ନିର୍ମାଣ ବିଭାଗ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ
ବ୍ରହ୍ମପୁର: ଗଂଜାମ ଜିଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗ-୧ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଏଲ. କାମରାଜୁ ଦାସଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଆଜି ଭୋରୁ ଚଢାଉ କରାଯାଇଛି । କିରାଣୀଙ୍କ ବ୍ରହ୍ମପୁର ସ୍ଥିତି କାର୍ଯ୍ୟାଳୟ, ଆଙ୍କୁଲି ଖାଲା ସାହି ସ୍ଥିତ ବାସଭବନ ସମେତ ଅନ୍ୟ ସ୍ଥାନରେ ଚଢାଉ ଜାରି ରହିଛି । ଭିଜିଲାନ୍ସର ୨ ଡିଏସପି, ୫ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।
Comments are closed.