www.samajalive.in
Saturday, December 6, 2025
26.1 C
Bhubaneswar

ଇଟାଲି ଗସ୍ତରେ ରାହୁଳ ଗାନ୍ଧୀ; ପଞ୍ଜାବ ସମାବେଶ ସ୍ଥଗିତ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଳ ଗାନ୍ଧୀ ଇଟାଲି ଗସ୍ତରେ ଯାଇଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ଇଟାଲି ଗସ୍ତ ବୋଲି କୁହାଯାଇଛି। ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ଦିନ ରାତି ଏକ କରିଦେଇଥିବାବେଳେ ରାହୁଳଙ୍କର ଅତର୍କିିତ ଇଟାଲି ଗସ୍ତ ଦଳୀୟ ନେତାମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାଙ୍କର ଏହି ବିଦେଶ ଗସ୍ତ କାରଣରୁ ପଞ୍ଜାବରେ ହେବାକୁ ଥିବା ଦଳୀୟ ସମାବେଶକୁ ସ୍ଥଗିତ ରଖାଯାଇଛି। ସୂଚନାଯୋଗ୍ୟ ଯେ ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀ ୩ରେ ଦଳୀୟ ପ୍ରଚାର ଆନୁଷ୍ଠାନିକ ଭାବରେ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଥିଲା। ସେଥିପାଇଁ ମୋଗା ଜିଲାରେ ଏକ ସମାବେଶ ଆୟୋଜନ କରାଯାଇଛି। ତେବେ ତାହା ସ୍ଥଗିତ ରଖାଯାଇଥିବା କୁହାଯାଉଛି। ସଂସଦର ଶୀତ ଅଧିବେଶନ ପୂର୍ବରୁ ମଧ୍ୟ ରାହୁଳ ପ୍ରାୟ ଏକ ମାସ ପାଇଁ ବିଦେଶ ଗସ୍ତରେ ଯାଇଥିଲେ ଏବଂ ଅଧିବେଶନ ଆରମ୍ଭର ଦିନକ ପୂର୍ବରୁ ସ୍ୱଦେଶ ଫେରିଥିଲେ। ଅନ୍ୟପକ୍ଷରେ ବିଜେପି ତାହାର ପଞ୍ଜାବରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି। ଦଳୀୟ ସୂତ୍ରରୁ କୁହାଯାଇଛି ଯେ ବିଜେପିର ଏହି ନିର୍ବାଚନି ସମାବେଶରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେଲ ଅମରିନ୍ଦର ସିଂ ଏବଂ ସୁଖଦେବ ଧିଣ୍ଡସା ମଧ୍ୟ ସାମିଲ ହେବେ। ଆମ ଆଦମୀ ପାର୍ଟି ମଧ୍ୟ ତାହାର ପ୍ରଚାର ଅଭିଯାନ ବ୍ୟାପକ କରିବାକୁ ଯାଉଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories