ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ହେଲା ଏକକ ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଆଜି ଆନୁଷ୍ଠାନିକ ଭାବେ ଏହା ଘୋଷଣା କରିଛନ୍ତି । ବିଶ୍ୱବିଦ୍ୟାଳୟର ଉଦଘାଟନ ଉତ୍ସବ ଗଣେଶ ହଲ ଠାରେ ଆୟୋଜନ ହୋଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଏକକ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ପ୍ରଫୁଲ କୁମାର ମହାନ୍ତି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚାଉ ପଟନାୟକ ଅତିଥିଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା କୂଳସଚିବ ପ୍ରଫେସର ଉତମା ଜେନା ସଭା କାଯ୍ୟ ପରିଚାଳନା କରିଥିଲେ।
Popular Categories



