www.samajalive.in
Sunday, December 7, 2025
26.1 C
Bhubaneswar

ବିଦ୍ୟୁତ ଆଘାତରେ ସାମାଜିକ କର୍ମୀଙ୍କ ବିୟୋଗ

କଣ୍ଟାମାଳ: ଆଜି ସକାଳୁ ନିଜ ବିଲକୁ କାମ କରି ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ସାମାଜିକ କର୍ମୀ ଅମେଲ ରଣାଙ୍କ ଅକାଳ ମୃତ୍ୟୁ ହୋଇଥିବା ଜଣାଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳବ୍ଳକ ତେତେଲଖୁଣ୍ଟି ଗ୍ରାମର ଅମେଲ (୪୦ବର୍ଷ) ଆଜି ସକାଳୁ ପ୍ରାୟ ୬.୩୦ ମିନିଟ ସମୟରେ ନିଜ ବିଲ କାମ ଦେଖିଯିବା ସହ ଖେତରେ ଧାନତଳି କିଛି ଲଗାଉଥିବା ବେଳେ ଭୂତଳ ନଳକୂପ ପାଇଁ ପୋତା ଯାଇଥିବା ବିଦ୍ୟୁତ ଖୁଣ୍ଟର ସପର୍ଟ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ପଡି ଯାଇଥିଲେ।
ନିକଟ ବିଲରେ କାମ କରୁଥିବା ଅନ୍ୟ ଗ୍ରାମବାସୀ ଦେଖି ଘଟଣାସ୍ଥଳକୁ ଆସି ଅମେଲକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି କଣ୍ଟାମାଳ ସି.ଏଚ.ସିକୁ ଆଣି ଥିଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆମେଲର ପତ୍ନୀ ଓ ଏକ ମାତ୍ର ୪ ବର୍ଷର ପୁଅ ଥିବା ଜଣାଯାଇଛି। ଆମେଲ ପ୍ରଥମ ଓଡିଶା ପାଇଁ ହରଭଙ୍ଗା ବ୍ଲକରେ କାର୍ଯ୍ୟ କରୁଥିବା ବେଳେ ଲକ ଡାଉନ ପାଇଁ ଘରକୁ ଆସିଥିଲେ। ସେ ଜଣେ ନିଷ୍ଠାପର ସମାଜସେବୀଭାବେ ଗତ ୨୦ ବର୍ଷ ହେଲା ବିଭିନ୍ନ ଅନୁଷ୍ଠାନରେ କାମ କରିବା ସହ ତାଙ୍କ ନିଜ ତେନ୍ତୁଳିଖୁଣ୍ଟି ଗ୍ରାମର ଯୁବକ ମାନଙ୍କୁ ନେଇ ଗ୍ରାମର ବିକାଶମୂଳକ କାର୍ଯ୍ୟରେ ସାମିଲ ଥିଲେ। ଅମେଲଙ୍କ ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଯାଇଛି। ସ୍ଥାନୀୟ ବିଧାୟକ ମହୀଧର ରଣା, କୁମ୍ଭାର ଯୁବା ମଞ୍ଚର ରାଜ୍ୟ ଉପ ସଭାପତି ପ୍ରଶାନ୍ତ ରଣା ପ୍ରମୁଖ ଅମେଲଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଅମେଲର ମୃତ୍ୟୁ ହୋଇଥିବାରୁ  ତାଙ୍କ ବିଧବା ପତ୍ନୀ ଓ ପୁଅକୁ ଆର୍ଥୀକ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବୀ ହୋଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories