www.samajalive.in
Saturday, December 6, 2025
14.1 C
Bhubaneswar

ବ୍ରହ୍ମପୁର ଏମକେସିଜି ମେଡିକାଲରେ ବର୍ହିବିଭାଗ ସେବା ଠପ୍

ବ୍ରହ୍ମପୁର : ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ଅପରାହ୍ନରେ ବର୍ହିବିଭାଗ ଚିକିତ୍ସା ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି । କନିଷ୍ଠ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ପଶ୍ଚିମବଙ୍ଗରେ ଜଣେ ପିଜି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବି ସହ ଦେଶର ଡାକ୍ତରଙ୍କ ପାଇଁ କେନ୍ଦ୍ରୀୟ ସୁରକ୍ଷା ଆଇନ୍ ପ୍ରଣୟନ ଦାବିରେ ଆଜି ଏମକେସିଜିର କନିଷ୍ଠ ଡାକ୍ତର ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଥିଲା। ସକାଳ ୯ଟାରୁ ଏମକେସିଜିର ଶତାଧିକ ପିଜି ଡାକ୍ତର ବର୍ହିବିଭାଗ ସମ୍ମୁଖରେ ଧାରଣା ଦେଇଥିଲେ। ସେହି ଧାରଣାକୁ ସିନିଅର ରେସିଡେଣ୍ଟ ଡାକ୍ତର ସଂଘ, ନର୍ସିଂ ସଂଘ ମଧ୍ୟ ସମର୍ଥନ ଜଣାଇଥିଲେ। ହେଲେ ଅପରାହ୍ନରେ ହଠାତ୍ ଏମକେସିଜିର ଡାକ୍ତର ମାନେ ବର୍ହିବିଭାଗ ଚିକିତ୍ସା ସେବା ବନ୍ଦ କରି ଦେଇଥିଲେ। ଫଳରେ ବହୁ ଦୂରରୁ ଆସିଥିବା ରୋଗୀମାନେ ଏମକେସିଜିରୁ ସେବା ନପାଇ ଫେରି ଯାଇଥିଲେ। ବର୍ହିବିଭାଗର ସମସ୍ତ କୋଠରୀ ବନ୍ଦ ରହିଥିଲା। କୌଣସି ଡ଼ାକ୍ତର ଚିକିତ୍ସା ପାଇଁ ଉପସ୍ଥିତ ନଥିଲେ।

କମ ବୃଷ୍ଟିପାତକୁ ନେଇ ଚିନ୍ତାରେ ଚାଷୀ; ଶତାଧିକ ଉଠା ଜଳସେଚନ ପ୍ରକଳ୍ପ ଅଚଳ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories