www.samajalive.in
Saturday, December 6, 2025
14.1 C
Bhubaneswar

ଚଢାଦରରେ ବିକ୍ରି ହେଉଛି କିରାସିନି

ବଙ୍ଗୋମୁଣ୍ଡା:  କରୋନା ମହାମାରୀ ଯୋଗୁ ସାରା ଦେଶ ଲକଡାଉନ ରେ ରହିଥିବା ବେଳେ ସରକାର ରାସନକାର୍ଡ ହିତାଧିକାରୀଙ୍କୁ ୩ ମାସର ଚାଉଳ, କିରାସିନି ଏକକାଳୀନ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ଅନେକ ପଞ୍ଚାୟତରେ ଏକକାଳୀନ ୩ ମାସର ଚାଉଳ ପାଇଥିବା ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୩ ମାସର ମାଗଣା ଚାଉଳ ପ୍ରଦାନ କରାଯାଇଛି। ସରକାରଙ୍କ ତରଫରୁ ହିତାଧିକାରୀ ମାନଙ୍କୁ ବଣ୍ଟନ କରିବା ପାଇଁ ୩ ମାସର କିରାସିନି ସମସ୍ତ ରିଟେଲର ମାନଙ୍କୁ ସବସିଡିରେ ପ୍ରଦାନ କରାଯାଇଅଛି। ଯାହାର ମୂଲ୍ୟ ମାତ୍ର ୧୬ ଟଙ୍କା। ପ୍ରତ୍ୟେକ ରାସନକାର୍ଡ ପ୍ରତି ୩ ମାସର ୬ ଲିଟର ହିସାବରେ କିରୋସିନି ଦେବା ନିର୍ଦ୍ଦେଶ ରହିଛି। ଏପରିକି ଅତିରିକ୍ତ କିରୋସିନି ମଧ୍ୟ ପ୍ରଦାନ କରାଯାଇଅଛି। କିନ୍ତୁ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକରେ ରିଟେଲର ମାନେ କିରୋସିନି ଆଣି ଚଢା ଦରରେ ଖାଉଟି ମାନଙ୍କୁ ବିକ୍ରି କରୁଥିବା ଅଭିଯୋଗ ହେଉଛି।

ଅନେକ ସ୍ଥାନରେ ୩୦ ରୁ ୪୫ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଜଣାପଡିଛି। ଠେମରା ପଞ୍ଚାୟତରେ ସେପ୍ଟେମ୍ବର ମାସରୁ କିରୋସିନି ଦିଆଯାଇନଥିବା ବେଳେ ମେ ମାସରେ କିରୋସିନି ବଣ୍ଟନ କରୁଛନ୍ତି। ଭାଲୁମୁଣ୍ଡା, ପିପଲମୁଣ୍ଡା, ଯୁରାବନ୍ଧ, ଭୁଷଲାଡରେ ୩୦ ରୁ ୪୦ ଟଙ୍କାରେ ଖାଉଟିଙ୍କୁ କିରୋସିନି ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ବଙ୍ଗୋମୁଣ୍ଡା ବ୍ଲକ ଦାୟିତ୍ୱରେ ରହିଥିବା ଯୋଗାଣ ନୀରିକ୍ଷକଙ୍କ ଦେଖା ମିଲୁନଥିବା ବେଳେ ୨ଟି ବ୍ଲକ ଏବଂ ଏନଏସିର ଦାୟିତ୍ୱରେ ରହିଥିବାରୁ ଗାଁ ଗୁଡିକ ପରିଦର୍ଶନ କରିପାରୁନଥିବାରୁ ଏସବୁ ସମସ୍ୟା ଦେଖାଯିବା ସହିତ ଲୋକଙ୍କ ସମସ୍ୟା ଗୁଡିକର ସମାଧାନ ହୋଇପାରୁନାହିଁ। ଲକଡାଉନ ସମୟରେ ଯୋଗାଣ ନିରୀକ୍ଷକଙ୍କ ଦେଖା ମିଲି ନ ଥିବା ବେଳେ ଦୁର୍ଘଟଣା ଯୋଗୁ ବିଭାଗୀୟ କର୍ମଚାରୀଙ୍କ ଠାରୁ ଶୁଣିବାକୁ ମିଲିଥିଲେ ହେଁ କାହାରିକୁ ଦାୟିତ୍ୱ ଦିଆଯାଇନଥିଲା। ଯାହା ଦ୍ୱାରା ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହୋଇଥିଲେ। ଚଳିତ ବର୍ଷ ବିଲଏସସି ମିଟିଂ ମଧ୍ୟ ହୋଇପାରି ନ ଥିବାରୁ ଯୋଗାଣ ବିଭାଗ ମନୋମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ପ୍ରତି ବର୍ଷ ମାର୍ଚ୍ଚ ମାସରେ ରିଟେଲର ମାନଙ୍କ ଅନୁମତି ନବୀକରଣ ହୋଇଥାଏ। ଏହି ସମୟରେ ମୋଟା ଅଙ୍କର ଟଙ୍କା ଆଦାୟ କରାଯାଉଥିବାରୁ ଜାଣିଶୁଣି ପ୍ରଶାସନ ପଦକ୍ଷେପ ନେଉ ନଥିବା ଆଲୋଚନା ହେଉଛି।ଅନେକ ଲୋକଙ୍କ ରାସନ କାର୍ଡ କଟିଯାଇଥିବାରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମିଲୁଥିବା ସହାୟତାରୁ ଅନେକ ଗରିବ ପରିବାର ବଞ୍ଚିତ ହେଉଛନ୍ତି। ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଏଲଏସି ସାଂସଦ ପ୍ରତିନିଧି ଥବିରଚନ୍ଦ୍ର ବାଗ ବଲାଙ୍ଗୀର ଜିଲାପାଳଙ୍କୁ ଜଣାଇଛନ୍ତି। ଏ ସଂପର୍କରେ ବଙ୍ଗୋମୁଣ୍ଡା ଯୋଗାଣ ନୀରିକ୍ଷକ ଅସିତ ମହାନ୍ତିଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସୁଇଚ ଅଫ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଲିପାରିନାହିଁ। ଏଥିପ୍ରତି ଜିଲାପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories