www.samajalive.in
Friday, December 5, 2025
17.1 C
Bhubaneswar

ତୁଳସୀ ମାଳା ଧାରଣ କଲେ ମିଳେ ଶୁଭଫଳ : ଜାଣନ୍ତୁ କେଉଁମାନେ କରିବେ ନାହିଁ ଧାରଣ..

ତୁଳସୀ ବୃକ୍ଷକୁ ପୂଜା କଲେ ଯେଭଳି ଶୁଭଫଳ ପ୍ରାପ୍ତି ହୋଇଥାଏ,ତୁଳସୀ ମାଳା ଧାରଣ କଲେ ମଧ୍ୟ ସମାନ ଫଳ ମିଳିଥାଏ। ଏହାକୁ ଧାରଣ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିଥାଏ। ଘରେ ସୁଖସମୃଦ୍ଧି ପ୍ରବେଶ କରିବା ସହ ମନ ପ୍ରସନ୍ନ ହୋଇଥାଏ।
ତୁଳସୀ ମାଳା ଧାରଣ କରିବା ଦ୍ୱାରା ମନ ଓ ଆତ୍ମା ପବିତ୍ର ରହିଥାଏ। ମନରେ ସକରାତ୍ମକ ଭାବନା ରହିଥାଏ।
ତୁଳସୀ ମାଳା ଧାରଣ କରିବା ପରେ କିଛି ନିୟମର ପାଳନ କରିବା ଆବଶ୍ୟକ। ଏହି ମାଳାକୁ ଧାରଣ କରିବା ଦ୍ୱାରା ଆମିଷ-ମଦ୍ୟପାନ କରିବା ଉଚିତ୍‌‌ ନୁହେଁ।
ଏହାସହ ପିଆଜ ରସୁଣ ସେବନ କରିବାକୁ ମଧ୍ୟ ବାରଣ କରାଯାଇଛି।
ମାଳା ଧାରଣ କରିବା ପୂର୍ବରୁ ଏହାକୁ ଗଙ୍ଗାଜଳରେ ଧୋଇ ଦିଅନ୍ତୁ। ଏହା ଶୁଖିଯିବା ପରେ ଗଳାରେ ଧାରଣ କରନ୍ତୁ। ପିନ୍ଧିବା ପରେ ବାରମ୍ବାର ଏହାକୁ କାଢନ୍ତୁ ନାହିଁ। ନଚେତ୍‌‌ ଏହାର ଫଳ ସଠିକ୍‌‌ ଭାବେ ମିଳିନଥାଏ। ଯେଉଁମାନେ ରୁଦ୍ରାକ୍ଷ ଧାରଣ କରୁଛନ୍ତି,ସେମାନେ ଭୁଲ୍‌‌ରେ ମଧ୍ୟ ତୁଳସୀ ମାଳା ଧାରଣ କରନ୍ତୁ ନାହିଁ। ରୁଦ୍ରାକ୍ଷ ଭଗବାନ ଶିବଙ୍କ ସହ ଜଡିତ। ତେଣୁ ଭୁଲ୍‌‌ରେ ମଧ୍ୟ ୨ଟିକୁ ଏକାସହ ପିନ୍ଧନ୍ତୁ ନାହିଁ। ଏହାଦ୍ୱାରା ଶୁଭ ବଦଳରେ ବିପରୀତ ପ୍ରଭାବ ପଡିଥାଏ।
ତୁଳସୀ ମାଳା ଧାରଣ କରିବା ପରେ ଏହା ଭୁଲ୍‌‌ ରାସ୍ତାକୁ ଯିବାକୁ ମଧ୍ୟ ଅଟକାଇଥାଏ ବୋଲି ମାନ୍ୟତା ରହିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories