www.samajalive.in
Friday, December 5, 2025
26.1 C
Bhubaneswar

ଅନେକ ରୋଗରୁ ରକ୍ଷା କରେ ସଜନା ଛୁଇଁ

ସମସ୍ତ ପନିପରିବା ଖାଇବା ସ୍ବାସ୍ଥ୍ୟ ପକ୍ଷେ ଉତ୍ତମ ଅଟେ। କିନ୍ତୁ କିଛି ପନିପରିବା ଓ ଫଳ ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ​‌ହୋଇଥାଏ। ସଜନା ଶାଗ ତ ସମସ୍ତେ ଖାଇ ଥାଆନ୍ତି। କିନ୍ତୁ ସଜନା ଛୁଇଁ ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ ଭଲ ହୋଇଥାଏ। ଏହାକୁ ଖାଇବା ଦ୍ବାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ। ଅନେକ ରୋଗ ଠାରୁ ଦୂରେଇ ରଖିଥାଏ। ସଜନା ଶାଗ ଓ ଛୁଇଁରେ ଅଲଗା ଅଲଗା ପ୍ରକାରର ପୋଷକ ତତ୍ତ୍ବ ରହିଥାଏ। ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ, ଭିଟାମିନ,ଏମିନୋ ଏସିଡ, ଆଣ୍ଟି-ଅକ୍ସାଇଡ ରହିଛି।

ସଜନା ଛୁଇଁ ଖାଇବା ଦ୍ବାରା ହୃଦୟ, ଟ୍ୟୁମର, ମଧୁମେହ ପରି ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହାକୁ ଦକ୍ଷିଣ ଏସିଆରେ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ସଜନା ଛୁଇଁ ସହଜରେ ମିଳିଥାଏ। ଏଥିରେ କ୍ୟାଲସିୟମ ମାତ୍ରା ଥିବାରୁ ଏହାକୁ ନିୟମିତ ଖାଇବା ଉଚିତ। ଏପରି କରିବା ଦ୍ବାରା ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଥାଏ। ଗର୍ଭବତୀ ମହିଳାମାନେ ସଜନା ଖାଇବା ଉଚିତ। ଏହା ଗର୍ଭସ୍ଥ ଶିଶୁ ପାଇଁ ଉତ୍ତମ ଅଟେ।

- Advertisement -

ନିୟମିତ ସଜନା ଖାଇବା ଦ୍ବାରା ଶରୀରରେ ଭିଟାମିନ-ସି ଅଭାବ ଦେଖା ଦେଇ ନ ଥାଏ। ଏହା ଶରୀରକୁ ଛୋଟ ରୋଗରୁ ମୁକ୍ତି ଦେଇଥାଏ। ସଜନା ପତ୍ରକୁ ସିଝାଇ ତାର ପାଣି ପିଇବା ଦ୍ବାରା ଥଣ୍ଡାରୁ ମୁକ୍ତି ମିଳିଥାଏ। ଏହା ରକ୍ତ ସଫା କରିଥାଏ।

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories