www.samajalive.in
Saturday, December 6, 2025
26.1 C
Bhubaneswar

କେଶ ଝଡ଼ିବା ଠାରୁ ଆରମ୍ଭ କରି ଗ୍ୟାସଟିକ ଦୂର କରେ : ମହୌଷଧୀ ଲବଙ୍ଗ

ମସଲା ମଧ୍ୟରେ ନିଜର ସୁଗନ୍ଧରେ ଖାଦ୍ୟର ସ୍ୱାଦ ଦ୍ୱିଗୁଣତ କରୁଥିବା ଲବଙ୍ଗର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ସ୍ୱାଦରେ ସାମାନ୍ୟ ରାଗ ଥିବା ଲବଙ୍ଗର ଦୈନନ୍ଦିିନ ଜୀବନରେ ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟଜନିତ ବହୁ ସମସ୍ୟା ଦୂର ପାଇଁ ଖୁବ ହିତକାରକ। ସାଧାରଣ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟାକୁ ଦୂର ପାଇଁ ଔଷଧ ବଦଳରେ ଲବଙ୍ଗକୁ ବ୍ୟବହାର କରାଯାଇପାରିବ। ଏଥିରେ ଥିବା ପୋଷକ ତତ୍ତ୍ୱ ବହୁ ରୋଗକୁ ଶରୀରରୁ ଦୂରେଇ ରଖିବା ପାଇଁ ସହାୟକ ହୋଇଥାଏ। ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଲାଭ ବିଷୟରେ……
ତ୍ୱଚାର ବିଭିନ୍ନ ଦାଗକୁ ଦୂର କରେ –
ମୁହଁରେ ଥିବା ବିଭିନ୍ନ ପ୍ରକାରର ଦାଗ ସହ ଆଖି ତଳର କଳା ଦାଗ ଦୂର କରିବା ପାଇଁ ଲବଙ୍ଗ ଖୁବ ହିତକାରକ। ଲବଙ୍ଗ ଗୁଣ୍ଡକୁ ବେସନରେ ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟରେ ମୁହଁରେ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ। ଏହା ତ୍ୱଚାର ସମସ୍ତ ଦାଗକୁ ଦୂର କରିବା ସହ ସୁନ୍ଦରତା ବୃଦ୍ଧି କରିଥାଏ।
ପାଟିର ଦୁର୍ଗନ୍ଧ ଦୂର କରେ –
ବହୁ ଲୋକଙ୍କ ପାଟିର ଦୁର୍ଗନ୍ଧ ହେବା ଏକ ମୁଖ୍ୟ ସମସ୍ୟା। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ଏକ ମାସ ପ୍ରତିଦିନ ଗୋଟିଏ ଗୋଟିଏ ଲବଙ୍ଗ ଖାଆନ୍ତୁ। ଏହା ପାଟି ଦୁର୍ଗନ୍ଧ ଦୂର କରିବା ସହ ଦାନ୍ତ ବିନ୍ଧା ଯନ୍ତ୍ରଣା ମଧ୍ୟ ଦୂର କରିଥାଏ।
ଗ୍ୟାସଟିକ ସମସ୍ୟା ଦୂର କରେ –
ଗ୍ୟାସଟିକ ଦୂର ପାଇଁ ଲବଙ୍ଗ ଏକ ଚମତ୍କାରୀ ଔଷଧ ଭଳି କାର୍ଯ୍ୟ କରେ। କର୍ମବ୍ୟସ୍ତତା ଜୀବନରେ ଖାଦ୍ୟପେୟରେ ଅନିୟମିତତା ଆଦି କାରଣରୁ ଗ୍ୟାସଟିକ ସମସ୍ୟା ସୃଷ୍ଟି ହୋଇଥାଏ। ଗ୍ୟାସଟିକ ଓ କୋଷ୍ଠକାଠିନ୍ୟ ସମସ୍ୟା ଦୂର ପାଇଁ ପ୍ରତିଦିନ ସକାଳେ ଖାଲିପେଟରେ ଏକ ଗ୍ଲାସ ପାଣିରେ ଅଳ୍ପ କିଛି ଲବଙ୍ଗ ତେଲ ପକାଇ ପିଅନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
କେଶ ଝଡ଼ିବା ଦୂର କରିଥାଏ –
କେଶର ଶୁଷ୍କପଣ ଓ ଝଡ଼ିବା ବହୁ ଲୋକଙ୍କର ଏକ ମୁଖ୍ୟ ସମସ୍ୟା। ଏଥିରୁ ମୁକ୍ତି ପାଇବା ପାଇଁ କିଛି ମାତ୍ରାରେ ଲବଙ୍ଗ ନେଇ ଏହାକୁ ପାଣିରେ ପକାଇ ଫୁଟାନ୍ତୁ। ଏହାପରେ ଥଣ୍ଡା କରି ସେହି ପାଣିରେ କେଶ ଧୁଅନ୍ତୁ। ଏପରି କରିବା ଦ୍ୱାରା କେଶ ଜନିତ ବହୁ ସମସ୍ୟା ଦୂର ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories