କରୋନା ସଂକ୍ରମଣ ବୃଦ୍ଧି : ବେଜିଂରେ ହାଇଆଲର୍ଟ

ବେଜିଂ :  କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ନେଇ ବେଜିଂରେ ହାଇଆଲର୍ଟ ଜାରି କରାଯାଇଛି। ଜାତୀୟ ସ୍ବାସ୍ଥ୍ୟ ଆୟୋଗଙ୍କ କହିବା ଅନୁଯାୟୀ ସୋମବାର ଚୀନରେ ୨୬୬୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ୨୬୬୬ ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ସାଙ୍ଘାଇରେ ୨୪୭୨ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ବ୍ୟତୀତ ୧୭,୫୨୮ ଲକ୍ଷଣ ନଥିବା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଲକ୍ଷଣ ନଥିବା ସଂକ୍ରମିତଙ୍କ ମଧ୍ୟରୁ ସାଙ୍ଘାଇରେ ୧୬,୯୮୩ ଚିହ୍ନଟ ହୋଇଛନ୍ତି। ଦେଶରେ ଏବେ ୨୯,୧୭୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସାଙ୍ଘାଇ ସହରରେ ସଂକ୍ରମଣ ବ୍ୟାପୁଥିବାରୁ ଏଠାରେ ତାଲାବନ୍ଦ କଟକଣା ଲାଗୁ କରାଯାଇଛି । ତାଲାବନ୍ଦ ଯୋଗୁଁ ଲୋକେ ଘରେ ବନ୍ଦୀ ହୋଇ ରହିଛନ୍ତି।

Comments are closed.