www.samajalive.in
Sunday, December 7, 2025
23.1 C
Bhubaneswar

ସମାଜର ପ୍ରଭାବ ; କୋର୍ଟ ମ୍ୟାନେଜର ପହଞ୍ଚି ତ୍ୱରାନ୍ୱିତ କଲେ ବିଲଡିଂ କାର୍ୟ୍ୟ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବେଗୁନିଆରେ କୋର୍ଟ ଖୋଲିବା ପାଇଁ ପ୍ରଶାସନିକ ସ୍ତରରେ ଭିତ୍ତିଭୂମି ଅନୁଧ୍ୟାନ କରିବା ପରେ ୨୦୧୭ ମସିହାରେ ସରକାର ଏଠାରେ କୋର୍ଟ ଖୋଲିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ ।କିନ୍ତୁ ଯେଉଁଠାରେ କୋର୍ଟ ଖୋଲାଯିବ ସେହି ବିଲଡିଂ ଟି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ବେଳେ ମରାମତି ହୋଇପାରୁନଥିଲା । ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ଜଜ ବାରମ୍ବାର ବେଗୁନିଆ ଆସି ଏବଂ ପ୍ରସ୍ତାବିତ ଗୃହ ପରିଦର୍ଶନ କରି ସମ୍ପୃକ୍ତ ଗୃହର ମରାମତି କରିବା ପାଇଁ ବିଡ଼ିଓ ଙ୍କୁ ନିର୍ଦେଶ ଦେଇଥିବା ବେଳେ ସମ୍ପୃକ୍ତ ଗୃହର ମରାମତି କାର୍ୟ୍ୟ ହୋଇପାରୁନଥିଲା ।ଫଳରେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଏବଂ ପ୍ରଶାସନିକ ଉଦାସୀନତା ଯୋଗୁଁ କୋର୍ଟ ଖୋଲିବା ନେଇ ଅନିଶ୍ଚିତତା ପ୍ରକାଶ ପାଇଥିଲା ।୧୩/୭/୨୧ ରିଖ “ସମାଜ”ରେ ବେଗୁନିଆ ରେ ଜେ ଏମ୍ ଏଫ ସି ଅଦାଲତ ଖୋଲିବାରେ ଅନିଶ୍ଚିତତା ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ କୋର୍ଟ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା ।
ଫଳରେ ଗତକାଲି ଅପରାହ୍ନ ରେ ଖୋର୍ଦ୍ଧା ଜିଲ୍ଲାଜଜ ଶ୍ୟାମସୁନ୍ଦର ଦାସଙ୍କ ନିର୍ଦେଶ କ୍ରମେ କୋର୍ଟ ମ୍ୟାନେଜର ପ୍ରିୟଙ୍କା ମିଶ୍ର ଜିଲ୍ଲାପାଳଙ୍କ ପ୍ରସ୍ତାବ କ୍ରମେ ପ୍ରସ୍ତାବିତ କୋର୍ଟ ଗୃହ ପରିଦର୍ଶନ କରିଥିଲେ ।ସେ ସମୟରେ ବେଗୁନିଆ ବ୍ଲକ ସହକାରୀ ଯନ୍ତ୍ରୀ ଉପେନ୍ଦ୍ରକୁମାର ନାୟକ ,ବେଗୁନିଆ ତହସିଲର ନୃସିଂହଚରଣ ମହାପାତ୍ର ,ଗ୍ରାମ୍ୟଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ରକୁମାର ଜେନା ,ଆଡ଼ଭୋକେଟ ପ୍ରଦୀପକୁମାର ମଙ୍ଗରାଜ ଏବଂ ସାମ୍ବାଦିକ ବିବେକାନନ୍ଦ ମିଶ୍ରଙ୍କ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।ଗ୍ରାମ୍ୟଉନ୍ନୟନ ବିଭାଗ ତରଫରୁ ଉକ୍ତ ବିଲଡିଂ ଏବଂ ପାଚେରୀ ମରାମତି ପାଇଁ ମଞ୍ଜୁର ହୋଇଥିବା ୧୦ ଲକ୍ଷ ଟଙ୍କାର କାର୍ୟ୍ୟ ଶୀଘ୍ର ଆରମ୍ଭ କରି ଶେଷ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଙ୍କୁ ମ୍ୟାନେଜର ଶ୍ରୀମତୀ ମିଶ୍ର କହିଥିଲେ ।ଡାଏସ ,ହାଜତ ,ଉଇଟନେସ ବକ୍ସ ,କୋର୍ଟ ରୁମ ,ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ ,ଏବଂ ଚ୍ୟାମ୍ବର ଆଦି ଆଦି ଉକ୍ତ ବିଲଡିଂ ର କେଉଁଠାରେ ନିର୍ମାଣ ହେବ ସେ ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ ।କାର୍ୟ୍ୟ କିପରି ଅଗଷ୍ଟ ମାସ ଶେଷ ସୁଦ୍ଧା ସମ୍ପୂର୍ଣ ହେବ ସେ ସଂକ୍ରାନ୍ତରେ ସେ ଗ୍ରାମ୍ୟଉନ୍ନୟନ ନିର୍ବାହୀଯନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ ।ମାଜିଷ୍ଟ୍ରେଟଙ୍କ ରହଣି ନିମନ୍ତେ ଥାନା ଆଗରେ ଥିବା ରାଜସ୍ୱ ବଙ୍ଗଳା ପରିଦର୍ଶନ କରି ସନ୍ତୋଷ ପ୍ରକଟ କରିବା ସହିତ ବିଲଡିଂ ଟି ସଫା କରି ରଙ୍ଗ ଦେବା ସହିତ ଭାଙ୍ଗି ଯାଇଥିବା ପାଚେରୀ ର ନିର୍ମାଣ କାର୍ୟ୍ୟ ଶୀଘ୍ର ସାରିବା ପାଇଁ କହିଥିଲେ ।କୋର୍ଟ ମ୍ୟାନେଜର ଙ୍କ ଗସ୍ତ ପରେ ସ୍ଥାନୀୟ ଜନସାଧାରଣ ଅନିଶ୍ଚିତତା ଭିତରେ ଥିବା କୋର୍ଟ କାର୍ୟ୍ୟକୁ ତ୍ୱରାନ୍ୱିତ କରିବାରେ ସମାଜର ଭୂମିକାକୁ ଢେର ପ୍ରଶଂସା କରିଥିଲେ ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories