www.samajalive.in
Saturday, December 13, 2025
23.1 C
Bhubaneswar

ବେଗୁନିଆ ପଞ୍ଚାୟତ ସମିତି ପ୍ରଥମ ଅଧିବେଶନ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପଞ୍ଚାୟତ ସମିତି ତରଫରୁ ଆଜି ବେଗୁନିଆ ପଞ୍ଚାୟତ ସମିତିର ପ୍ରଥମ ସାଧାରଣ ଅଧିବେଶନ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ପ୍ରଥମ ବୈଠକରେ ବିଡିଓ ଲଷ୍ମୀଧର ସାହୁ ପ୍ରଥମେ ସମସ୍ତ ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ଏବଂ ସମିତି ସଭ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଲୋକମାନଙ୍କ ହିତରେ ପ୍ରଣୟନ କରୁଥିବା ଯୋଜନା ଗୁଡିକ ଠିକ ଭାବେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସେ ସମସ୍ତ ଜନ ପ୍ରତିନିଧିମାନଙ୍କର ସାହାଯ୍ୟ ଏବଂ ସହଯୋଗ ଲୋଡିଥିଲେ।

ସମସ୍ତଙ୍କ ସହଯୋଗରେ ବେଗୁନିଆ ବ୍ଲକ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ଜୀବିକା ମିଶନରେ ଖୋର୍ଦ୍ଧା ଜିଲ୍ଲାରେ ଆଜି ପ୍ରଥମ ହୋଇପାରିଛି ବୋଲି କହିଥିଲେ। ବିଡିଓ ଶ୍ରୀ ସାହୁ ନବନିର୍ବାଚିତ ଅଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ ଏବଂ ସମିତି ସଭ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ଜିପିଓ ଦେବାଶିଷ ସାହୁ ପୂର୍ବ ବର୍ଷରେ ହୋଇଥିବା ଶେଷ ବୈଠକର ବିବରଣୀ ପଠନ କରିଥିଲେ। ବ୍ଲକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି,ପ୍ରାଣୀ ଚିକିତ୍ସା, ମୃତ୍ତିକା ସରଂକ୍ଷଣ, ଉଦ୍ୟାନ ବିଭାଗ, ସାଧାରଣ ବଣ୍ଟନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଶିଶୁ ବିକାଶ ଏବଂ ମିଶନ ଶକ୍ତି ଯୋଜନା ଉପରେ ବିଭାଗୀୟ କର୍ମଚାରୀମାନେ ଆଲୋଚନା କରିଥିବା ବେଳେ ପ୍ରତିନିଧିମାନେ ସେହି ସବୁ ଯୋଜନା ଉପରେ ରହିଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ।

- Advertisement -

ଏହି ବୈଠକକୁ ବିଭିନ୍ନ ବିଭାଗ ସହିତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କୁ ଡ଼କା ଯାଇଥିବା ବେଳେ ବହୁ ଅଧିକାରୀ ବିଭିନ୍ନ ଆଳ ଦେଖାଇ ଅଧିବେଶନକୁ ନ ଆସି ତଳିଆ କର୍ମଚାରୀଙ୍କୁ ପଠାଇ ଦେଇଥିଲେ। ଫଳରେ ବେଗୁନିଆ ସରପଞ୍ଚ ସତ୍ୟନାରାୟଣ ପ୍ରଧାନ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ନ ଆସିଲେ ସମସ୍ୟାର ସମାଧାନ କଣ ଏଇ ତଳିଆ କର୍ମଚାରୀ ମାନେ କରିବେ ବୋଲି ପ୍ରଶ୍ନ କରିଥିଲେ। ତେଣୁ ପରବର୍ତ୍ତୀ ବୈଠକରେ ଯେପରି ସମସ୍ତ ଅଧିକାରୀମାନେ ଉପସ୍ଥିତ ରହିବେ ସେଥିପ୍ରତି ବିଡିଓ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ ଅନୁରୋଧ କରିଥିଲେ। ନବ ନିର୍ବାଚିତ ପ୍ରତିନିଧିମାନେ ପଞ୍ଚାୟତରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବିଡିଓ ଶ୍ରୀ ସାହୁ ସମସ୍ତଙ୍କ ସହଯୋଗରେ ଗଠନାତ୍ମକ ଚିନ୍ତାଧାରା ନେଇ କାର୍ଯ୍ୟ କରିବା ପାଇ ସମସ୍ତଙ୍କୁ ଅନୁରୋଧ କରିଥିଲେ।

Hot this week

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

Related Articles

Popular Categories