ପଥର ବୋଝେଇ ଟ୍ରାକ୍ଟର ଜବତ, ଡ୍ରାଇଭର ଫେରାର

ବେଗୁନିଆ: ବେଗୁନିଆ ତହସିଲ ଅଞ୍ଚଳରେ ଚୋରା ପଥର ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି। ପଥର ମାଫିଆମାନେ ବେଆଇନ ଭାବେ ପଥର ଖଣିରୁ ଦିବାରାତ୍ର ପଥର କାଟି କର୍ମଚାରୀମାନଙ୍କ ଭୟରେ ରାତି ଅଧିଆ ଚୋରା ଚାଲାଣ କରୁଛନ୍ତି। ଆଜି ଅଟ୍ରିରୁ ବାଘମାରୀ ଅଭିମୁଖେ ଆସୁଥିବା ଏକ ପଥର ବୋଝେଇ ଟ୍ରାକ୍ଟରକୁ ବାଘମାରୀ ଆରଆଇ ମନୋଜ କୁମାର ଦାସ ଏବଂ ବେଗୁନିଆ ଏଆରଆଇ ଉପେନ୍ଦ୍ର କୁମାର ରଗଡ଼ ଜବତ କରି କାର୍ଯ୍ୟାଳୟକୁ ଆଣିବା ପାଇଁ ଉଦ୍ୟମ କରୁଥିବା ବେଳେ କିଛି ଲୋକ ସେମାନଙ୍କ ସହିତ ପାଟି ତୁଣ୍ଡ କରି ଡ୍ରାଇଭରକୁ ସେମାନଙ୍କ ନିକଟରୁ ଛଡାଇ ନେଇଥିଲେ। ବାଘମାରୀ ଥାନାକୁ ଫୋନ କରିବା ପରେ ଏସଆଇ ବ୍ରହ୍ମ।ନନ୍ଦ ସ୍ୱାଇଁ ଘଟଣା ସ୍ଥଳରେ ପଂହଁଚି ଅନ୍ୟ ଏକ ଡ୍ରାଇଭର ସହାୟତାରେ ଟ୍ରାକ୍ଟରଟିକୁ ଥାନାରେ ଆଣି ରଖିଛନ୍ତି।

Comments are closed.