ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଉତ୍ତରେଶ୍ୱର ରାଉତପଡାସ୍ଥିତ ରତ୍ନାକର ଦେବତ୍ତାଙ୍କ ଘରୁ ଦୁର୍ବୁତ୍ତ ମାନେ ନଗଦ ୧ ଲକ୍ଷ ଟଙ୍କା ସହିତ ସୁନା ଏବଂ ରୁପା ଅଳଙ୍କାର ଚୋରି କରି ନେଇଥିବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି ।ଘର ଲୋକମାନେ ଡିଙ୍ଗର ପଣା ଯାତ୍ରା ଦେଖିବା ପାଇଁ ରାତିରେ ଯାଇଥିବାବେଳେ ଦୁର୍ବୁତ୍ତ ମାନେ ତାଙ୍କ ଘରେ ପଶି ଆଲମିରା ଭାଙ୍ଗି ନଗଦ ଏକ ଲକ୍ଷ ଟଙ୍କା ,ଏକ ଭରିରୁ ଅଧିକ ସୁନା ଅଳଙ୍କାର ଏବଂ ୫ ଭରିରୁ ଅଧିକ ରୁପା ଅଳଙ୍କାର ଚୋରି କରି ନେଇଯାଇଥିବାର ଘର ଲୋକମାନେ ସକାଳୁ ଆସି ଜାଣିବାକୁ ପାଇଥିଲେ । ଏ ସଂକ୍ରାନ୍ତରେ ବେଗୁନିଆ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି ।
Popular Categories



