www.samajalive.in
Saturday, December 13, 2025
27.1 C
Bhubaneswar

ଅବହେଳିତ ଅବସ୍ଥାରେ ପ୍ରାଣୀ ସହାୟକ ଚିକିତ୍ସା କେନ୍ଦ୍ର

ବେଗୁନିଆ: ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗ୍ରାମରେ ଥିବା ପ୍ରାଣୀ ସହାୟକ ଚିକିତ୍ସା କେନ୍ଦ୍ରଟି ଏବେ ପ୍ରଶାସନର ଅବହେଳା ଯୋଗୁଁ ଅନାବନା ଗଛ ଲତାରେ ପରିପୂର୍ଣ୍ଣ ହୋଇ ଜଙ୍ଗଲରେ ପରିଣତ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ଏହି କେନ୍ଦ୍ରଟି ଏବେ ବଣ ଜଙ୍ଗଲ ଭିତରେ ହଜି ଯିବାକୁ ବସିଛି। ଆଗରୁ ଲୋକମାନେ ଦୈନନ୍ଦିନ ଗୃହ ପାଳିତ ପଶୁ ଏବଂ ପକ୍ଷୀମାନଙ୍କୁ ନେଇ ସେଠାକୁ ଚିକିତ୍ସା ନିମନ୍ତେ ଆସୁଥିଲେ। ଗତ କିଛି ବର୍ଷ ହେବ ପ୍ରଶାସନିକ ଅବହେଳା ଯୋଗୁଁ ଏହି ଚିକିତ୍ସା କେନ୍ଦ୍ରଟି ଏବେ ସମ୍ପୂର୍ଣ ଭାବେ ବନ୍ଦ ହୋଇ ରହିଛି। ଫଳରେ ସ୍ଥାନୀୟ ଲୋକମାନେ ଗାଈ ବଳଦ ଏବଂ ପୋଷା ପଶୁ ପକ୍ଷୀ ମାନଙ୍କର ଚିକିତ୍ସା ଠିକ ଭାବେ କରିପାରୁନାହାନ୍ତି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଚିକିତ୍ସା କେନ୍ଦ୍ରଟି ଦୀର୍ଘ ବର୍ଷ ହେବ ବନ୍ଦ ହୋଇ ରହିବା ଯୋଗୁଁ ଚତୁଃପାଶ୍ୱର୍ରେ ଅନାବନା ଗଛଲତା ଉଠି ଜଙ୍ଗଲିଆ ପରିବେଶ ସୃଷ୍ଟି ହୋଇଛି।

 

- Advertisement -

ଏଠାରେ ଏବେ ପ୍ରାଣୀ ଚିକିତ୍ସା ଧିକାରୀ ନଥିବାବେଳେ ଅନ୍ୟ କେନ୍ଦ୍ରର ପ୍ରାଣୀ ଚିକିତ୍ସାଧିକାରୀ ଦାୟିତ୍ୱରେ ରହିଛନ୍ତି। ସେଠାର ଦାଇତ୍ୱ ସହିତ ସମ୍ପୃକ୍ତ କେନ୍ଦ୍ରର ଦାଇତ୍ୱ ଏବଂ ଏଠାର ରକ୍ଷଣା ବେକ୍ଷଣ ଦାଇତ୍ୱ ସହିତ ଏହାର ସୁରକ୍ଷା ପାଇଁ ଆଦୌ ଆନ୍ତରିକତା ଦେଖାଉ ନାହାନ୍ତି। ଫଳରେ ଚିକିତ୍ସା କେନ୍ଦ୍ରଟି ଏବେ ନିଶାଖୋର ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ରାତିରେ ଅସାମାଜିକ ବ୍ୟକ୍ତିମାନେ ନିଶା ପାନ କରି ଚତୁଃପାର୍ଶ୍ବ ମଦ ବୋତଲ ଏବଂ ଅଳିଆ ଆବର୍ଜନା ଭର୍ତ୍ତି କରୁଛନ୍ତି। ତେଣୁ ତୁରନ୍ତ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏହି ଚିକିସ୍ଥା କେନ୍ଦ୍ରର ପୁନରୁଦ୍ଧାର କରି ଏହାକୁ କାର୍ୟ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories