ବେଗୁନିଆ : ମହାମାରୀ କରୋନା ଯୋଗୁ ବଡଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ବେଗୁନିଆ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଶିବ ମନ୍ଦିର ଗୁଡିକରେ ହେବାକୁ ଥିବା ଜନ ସମାଗମକୁ ରୋକିବା ପାଇଁ ଜିଲ୍ଲାପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଶୈବପୀଠ ଗୁଡିକରେ ୧୪୪ଧାରା ଜାରି କରିଛନ୍ତି । ଗୋଡାସ୍ଥିତ ଲୋକନାଥ ଦେବ ମନ୍ଦିର ,ବାଲୁଙ୍କେଶ୍ୱର ଦେବ ମନ୍ଦିର ,ବେଗୁନିଆ ,ଲୋକେଶ୍ୱର ଦେବ ମନ୍ଦିର ,କୁଶପଲ୍ଲା ,ହଟକେଶ୍ୱର ଦେବ ମନ୍ଦିର ,ଅଟ୍ରି ,ଏବଂ ଚନ୍ଦ୍ରଶେଖର ଦେବ ମନ୍ଦିର ,ସିକୋରେ ଆଜି ୧୬ ତାରିଖ ଠାରୁ ୧୯ ତାରିଖ ପର୍ୟ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି । ଭକ୍ତମାନଙ୍କର ମନ୍ଦିରରେ ସ୍ନାନ ,ସମାଗମ ଏବଂ ଡଙ୍ଗା ଭଷ।ଣକୁ ବାରଣ କରାଯାଇଛି । ଏ ସଂକ୍ରାନ୍ତରେ ଆଜି ବେଗୁନିଆ ତହସିଲ କାର୍ୟ୍ୟାଳୟ ତରଫରୁ ମାଇକ ଯୋଗେ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରଚାର କରାଯାଇ ଲୋକମାନଙ୍କୁ ସଚେତନ କରାଯାଉଛି ।ମନ୍ଦିର କମିଟିକୁ ଏ ସଂକ୍ରାନ୍ତରେ ଜଣାଇବା ପାଇଁ ତହସିଲଦାର ଆର ଆଇ ମାନଙ୍କୁ ନିର୍ଦେଶ ଦେଇଛନ୍ତି ।
Popular Categories



