ବେଗୁନିଆ ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ଲଷ୍ମୀଧର ସାହୁ ନୂତନ ବିଡିଓ ଭାବେ ଆଜି ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ କୋଟଗଡ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ବେଗୁନିଆରେ କାର୍ଯ୍ୟରତ ବିଡିଓ ରଶ୍ମିରେଖା ଦାସଙ୍କର ଏଠାରୁ ଏକ ମାସ ହେବ ବଦଳି ହୋଇଥିଲେ ମଧ୍ୟ ସେ ଏଠାରୁ ରିଲିଭ ହେଉନଥିଲେ। ଆଜି ବିଡିଓ ଶ୍ରୀ ସାହୁଙ୍କୁ ବ୍ଲକ କର୍ମଚାରୀମାନଙ୍କ ସହିତ ଜନସାଧାରଣ ଭେଟି ସ୍ୱାଗତ କରିଥିଲେ। ସେ ରଶ୍ମିରେଖା ଦାସଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ଲୋକମାନଙ୍କ ଅଭିଯୋଗ ଶୁଣିବା ଏବଂ ସରକାର ପ୍ରଣୟନ କରୁଥିବା ସମସ୍ତ ଯୋଜନାର ସୁଫଳ ଯେପରି ଜନସାଧାରଣ ଠିକ ଭାବରେ ପାଇପାରିବେ ସେଥିପାଇଁ ସେ ସବୁବେଳେ କାର୍ଯ୍ୟ କରିବେ ବୋଲି ଆଜି ଏଠାରେ ଯୋଗ ଦେବା ଅବସରରେ କହିଛନ୍ତି।

Comments are closed.