www.samajalive.in
Saturday, December 6, 2025
23.1 C
Bhubaneswar

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପାନପତ୍ରର ବ୍ୟବହାର

ସାଧାରଣତଃ ବହୁତ ଲୋକ ପାନ ଖାଇବାକୁ ଭଲପଆନ୍ତି। ପାନ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ସେଥିରେ କଡ଼ା ମସଲା ବା ତମାଖୁ ଦେଇ ଖାଇବା ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତେବେ କ’ଣ ଆପଣ ଜାଣନ୍ତି, ଖାଇବା ବ୍ୟତୀତ ପାନ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ । ଏହା ଆମ ତ୍ବଚା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଚାଲନ୍ତୁ ଜାଣିବା ପାନପତ୍ରର ବ୍ୟବହାର ଦ୍ବାରା କିପରି ତ୍ବଚାର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇପାରିବ –

ତ୍ବଚାରେ ଚମକ ଆଣିବା ପାଇଁ ପାନପତ୍ରକୁ ୩-୪ମିନିଟ୍ ପାଣିରେ ଫୁଟାଇ ଦିଅନ୍ତୁ। ଏବେ ଏହି ପତ୍ରର ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟରେ ଅଳ୍ପ ବେସନ ମିଶାଇ ତ୍ବଚାରେ ଲଗାଇଦିଅନ୍ତୁ। ଏହାକୁ ତ୍ବଚାରେ ୧୫ମିନିଟ୍ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ। ଏହାଦ୍ବାରା ତ୍ବଚା ଉଜ୍ବଳ ହେବା ସହ ଚମକ ଆସିଥାଏ।

- Advertisement -

ପାନପତ୍ର ବ୍ୟବହାର ଦ୍ବାରା ତ୍ବଚା ଜନିତ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଯଦି ଆପଣଙ୍କ ବ୍ରଣ ସମସ୍ୟା ଥାଏ ତେବେ ପାନପତ୍ର ପେଷ୍ଟରେ ହଳଦୀ ମିଶାଇ ବ୍ରଣ ହେଉଥିବା ସ୍ଥାନରେ ଲଗାନ୍ତୁ। ଅଳ୍ପ ସମୟ ପରେ ଧୋଇ ନିଅନ୍ତୁ। ସପ୍ତାହରେ ୩-୪ଥର ଏପରି କରିବା ଦ୍ବାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।

ବ୍ରଣ ସମସ୍ୟା ଦୂରେଇବା ପାଇଁ ପାନପତ୍ରର ପାଣି ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ପାନପତ୍ରକୁ ପାଣିରେ ୨୦ ମିନିଟ୍ ପର୍ଯ୍ୟନ୍ତ ପାଣିରେ ଫୁଟାନ୍ତୁ। ଏହାପରେ ଏହି ପାଣିକୁ ଥଣ୍ଡା କରି ଏକ ବୋତଲ କିମ୍ବା ଅନ୍ୟ କୌଣସି ପାତ୍ରରେ ରଖିଦିଅନ୍ତୁ। ଏହି ପାଣିରେ ପ୍ରତିଦିନ ମୁହଁ ଧୋଇବା ଦ୍ବାରା ବ୍ରଣ ସହିତ ଦାଗ ମଧ୍ୟ ଦୂର ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories