www.samajalive.in
Saturday, December 6, 2025
19.1 C
Bhubaneswar

ବିଚ୍ଛିନ୍ନତାବାଦୀଙ୍କଠାରୁ ସୁରକ୍ଷା ପ୍ରତ୍ୟାହାର କରିନେଲେ ସରକାର

ଜମ୍ମୁ: ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହୀଦ ହେବା ପରେ ଜମ୍ମୁ-କଶ୍ମୀର ସରକାର ରାଜ୍ୟର ୫ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ରବିବାର ପ୍ରତ୍ୟାହାର କରିନେଇଛନ୍ତି। ଏହି ବିଚ୍ଛିନ୍ନତାବାଦୀ ନେତାମାନେ ହେଲେ ମୀରୱେଜ ଉମର ଫାରୁକ, ଶବିର ଶାହ, ହସିମ କୁରେଶୀ, ବିଲାଲ ଲୋନ ଏବଂ ଅବଦୁଲ ଘାନି। ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ​‌ କୌଣସି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ନାହିଁ ବୋଲି ରାଜ୍ୟର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ ପିଟିଆଇକୁ ସୂଚନା ଦେଇଛନ୍ତି।

ସରକାରଙ୍କ ନିର୍ଦେଶ ମୁତାବକ ରବିବାର ସନ୍ଧ୍ୟା ସୁଦ୍ଧା ସୁରକ୍ଷା ପାଇଁ ଦିଆଯାଇଥିବା ସମସ୍ତ ଯାନ ଏବଂ ସୁରକ୍ଷାକର୍ମୀଙ୍କୁ କାଢ଼ିନିଆଯିବ। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅନ୍ୟ ସମସ୍ତ ସୁବିଧାକୁ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରିନିଆଯିବ। ଶନିବାର ସନ୍ଧ୍ୟାରେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଅନୁଷ୍ଠିତ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories