www.samajalive.in
Friday, December 5, 2025
20.1 C
Bhubaneswar

ବେଶ ମନଲୋଭା ଓଡିଶାର ଏହି ପର୍ଯ୍ୟଟନସ୍ଥଳୀ

ଓଡ଼ିଶାରେ ଭ୍ରମଣ ପାଇଁ ବହୁ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନ ରହିଛି । ସେଥିମଧ୍ୟରୁ ସୁନ୍ଦରଗଡ ଜିଲାର ଖଣ୍ଡାଧାରର ନିଜର ସୁନ୍ଦରତା ପାଇଁ ବେଶ ପ୍ରସିଦ୍ଧ ଅଟେ। ଏଠାକୁ ବିଭିନ୍ନ ସ୍ଥାନରୁ ବହୁ ଲୋକେ ବୁଲିବାକୁ ଆସିଥାଆନ୍ତି।ଶୀତ ଦିନର ପ୍ରାରମ୍ଭରେ ଏହାର ମଜା ନିଆରା ଅଟେ। ଏହି ମନୋରମ ସ୍ଥାନ ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳା ପଞ୍ଚାୟତରେ ରହିଛି। ଖଣ୍ଡାର ଧାର ଭଳି ପ୍ରାୟ ୭୦୦ ଫୁଟ ଉଚ୍ଚ ପାହାଡ଼ରୁ ନଦୀର ଜଳ ତଳକୁ ପଡ଼ୁଥିବାରୁ ଏହାର ନାମ ଖଣ୍ଡାଧାର ବୋଲି କୁହାଯାଏ।  ବହୁ ଉଚ୍ଚରୁ ପାଣି ଖସି ପଡି଼ବା ସମୟରେ ସୂର୍ୟ୍ୟଙ୍କ କିରଣ ପଡ଼ି ଏହାର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଦେଇଥାଏ। ଏହି ଦୃଶ୍ୟ ସଭିଁଙ୍କୁ ଖୁବ ମୁଗ୍ଧ କରିଦେଇଥାଏ।
ଏହାର ସୁନ୍ଦରତା ଉପଭୋଗ କରିବା ପାଇଁ ଏଠାରେ ବହୁ ପର୍ୟ୍ୟଟକ ଭିଡ଼ ଜମିଥାଏ। ଏହା ନିକଟରେ ପ୍ରଭୁ ମହେଶ୍ୱରଙ୍କର ମଧ୍ୟ ଏକ ମନ୍ଦିର ରହିଛି । ପରିବେଶର ସୌନ୍ଦର୍ୟ୍ୟ ସହ ଭୋଜି କରିବା ପାଇଁ ମଧ୍ୟ ଏଠାରେ ଉତ୍ତମ ସ୍ଥାନ ରହିଛି ।
ଗମନାଗମନ ଦୃଷ୍ଟିରୁ କେନ୍ଦୁଝରଗଡ଼ ରେଳ ଷ୍ଟେସନ ଏଠାକାର ନିକଟତମ ରେଳଷ୍ଟେସନ ଅଟେ। କେନ୍ଦୁଝର ଯିବା ପାଇଁ ବସର ସୁବିଧା ମଧ୍ୟ ରହିଛି। ବସ ଷ୍ଟାଣ୍ଡ ଓ ଷ୍ଟେସନରୁ ସୁବିଧାରେ ବସ୍‍ କିମ୍ବା ଟ୍ୟାକ୍ସିରେ ଏହି ଭ୍ରମଣ ସ୍ଥାନକୁ ଯାଇପାରିବେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories