www.samajalive.in
Sunday, December 7, 2025
15.1 C
Bhubaneswar

ଦେଖନ୍ତୁ ଛାତିଥରା ଭିଡିଓ ; ସର୍କସ ମଝିରେ ହଠାତ୍‌ ଏମିତି କଲା ଭାଲୁ..

ନୂଆଦିଲ୍ଲୀ : କୁହାଯାଏ ଜଙ୍ଗଲୀ ଜୀବଜନ୍ତୁଙ୍କୁ ହଇରାଣ ନକରି ଦୂରତା ରକ୍ଷା କରିବା ଉଚିତ୍‌ । ମାତ୍ର ଅନେକ ସମୟରେ କିଛି ଲୋକେ ଜଙ୍ଗଲୀ ଜୀବଜନ୍ତୁଙ୍କୁ ନିକଟରେ ଦେଖିବାକୁ ପସନ୍ଦ କରି ଥାଆନ୍ତି। ଏଥିପାଇଁ ଜଙ୍ଗଲ ସଫାରୀ ସହ ପ୍ରାଣୀ ଉଦ୍ୟାନ ଯାଇ ଥାଆନ୍ତି । ସେହିପରି ସର୍କସରେ ମଧ୍ୟ ଜଙ୍ଗଲୀ ଜୀବଜନ୍ତୁଙ୍କୁ ପୋଷା କରି ବିଭିନ୍ନ ଖେଳ ଦେଖାଇ ଥାଆନ୍ତି । ମାତ୍ର ଲୋକଙ୍କୁ ନିକଟରୁ ଏହି ଖେଳ ଦେଖାଇବା ସହ ସର୍କସକୁ ଯିବା ପୂର୍ବରୁ ସେମାନଙ୍କୁ ପର୍ଯ୍ୟାପ୍ତ ତାଲିମ ପ୍ରଦାନ କରାଯାଇଥାଏ । ସର୍କସରେ ଦେଖାଯାଉଥିବା ଅନେକ ଖେଳ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ପସନ୍ଦ ମଧ୍ୟ କରି ଥାଆନ୍ତି । ଅନେକ ସମୟରେ ଏହା ଲୋକଙ୍କ ହୃଦୟକୁ ମଧ୍ୟ ଛୁଇଁ ଥାଏ । ଅନେକ ସମୟରେ ଭୟଙ୍କର ମଧ୍ୟ ହୋଇଥାଏ । ମାତ୍ର ମାଷ୍ଟରଙ୍କ ଉପରେ ଏହି ବନ୍ୟଜନ୍ତୁ ଆକ୍ରମଣ କରୁ ଥିବା ମଧ୍ୟ ଦେଖାଯାଏ । ଖେଳ ମଝିରେ ହଠାତ୍‌ ବନ୍ୟ ଜନ୍ତୁ ରାଗି ଯାଇ ନିଜ ମାଷ୍ଟର ଉପରେ ଆକ୍ରମଣ କରି ଥାଆନ୍ତି। ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି।


ଭାଇରାଲ ଭିଡିଓରେ ଦେଖି ପାରିବେ, ଥକି ଯାଇଥିବା ଏକ ଭାଲୁ ରାଗି ଯାଇ ହଠାତ୍‌ ସର୍କସ ମଝିରେ ନିଜ ମାଷ୍ଟର ଉପରେ ଆକ୍ରମଣ କରୁଛି । ସେଠାରେ ଉପସ୍ଥିତ ଲୋକେ ଭାଲୁର ଏଭଳି ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ସହ ଭୟଭୀତ ହୋଇ ଯାଇଥିଲେ । ସର୍କସ ଖେଳ ନିକଟରେ ଥିବା ଅନ୍ୟ ସହଯୋଗୀ ମାନେ ଭାଲୁ ଠାରୁ ମାଷ୍ଟରକୁ ରକ୍ଷା କରିବାକୁ ଦୌଡିଥିଲେ ।
ଭିଡିଓରେ ଦେଖିପାରିବେ ପ୍ରଥମେ ସର୍କସରେ ସବୁକିଛି ଠିକ୍‌ ଥିଲା । ମାତ୍ର ହଠାତ୍‌ ଖେଳ ଦେଖାଇବା ସମୟରେ ଭାଲୁଟି ଖୁବ୍‌ ଜୋରରେ ରାଗି ଯାଇଥିଲା। ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଜାଣନ୍ତୁ ବଜେଟରେ କ’ଣ ମହଙ୍ଗା ହେଲା

- Advertisement -

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories