ଭାଲୁ ଆକ୍ରମଣରେ ଜଣେ ଗୁରୁତର 

ପାଟଣା : ଢେଙ୍କିକୋଟ ବନକ୍ଷେତ୍ର ଅଞ୍ଚଳ ଭୋଳବେଡା ଗ୍ରାମରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ସେହି ଗ୍ରାମର ବାବାଜୀ ନାଏକ ନାମକ ଜଣେ ବ୍ୟକ୍ତି ଗତ ସନ୍ଧ୍ୟାରେ ଚାଷ ଜମିରେ ପାଣି ସ୍ଥିତି ଦେଖିବାକୁ ଯାଇଥିବା ସମୟରେ ତାଙ୍କୁ ୩ଟି ଭାଲୁ ଅତର୍କିତ ଆକ୍ରମଣ କରିଥିଲେ । ଭାଲୁ ପଲ ବାବାଜୀଙ୍କ ଡାହାଣ ହାତ ଆଙ୍ଗୁଠି ଚୋବାଇ ପକାଇବା ସହ ତାଙ୍କ ଗୋଡ ଓ ଜଙ୍ଘରେ କ୍ଷତ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯାଇଛି ।

Comments are closed.