www.samajalive.in
Saturday, December 6, 2025
15.1 C
Bhubaneswar

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି 

କେଶଦୁରାପାଳ : ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନାରୁ ଜଣାଯାଏ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କୋଡ଼ପଡ଼ା ଗ୍ରାମ ଗୌଡ଼ ଡିହାର କାହୁ ଚରଣ ପାତ୍ର(୬୦) ନାମକ ଜଣେ ବୃଦ୍ଧ ଦିନ ସମୟରେ ନିକଟ ଜଙ୍ଗଲକୁ ଦାନ୍ତକାଠି ପାଇଁ ଯାଇ ୪ଟା ସମୟରେ ଘରକୁ ଫେରୁଥିବା ବେଳେ ହଠାତ୍ ଏକ ଭାଲୁ ହାବୁଡରେ ପଡ଼ି ଯାଇଥିଲା ଭାଲୁ ସହ କାହୁ ପାତ୍ର ବହୁତ ସଂଗ୍ରାମ କରିବା ପରେ କିଛି ଲୋକ ଦେଖି ଥିଲେ ସେମାନେ ଭାଲୁକୁ ଘଉଡାଇ‌ ଦେବାରୁ କାହ୍ନୁ ବଞ୍ଚି ଯାଇଛି ହେଲେ ଭାଲୁ କାହ୍ନୁର ଦୁଇ ଗୋଡକୁ ଆକ୍ରମଣ କରିଥିଲା ନିକଟରେ ଥିବା ଲୋକମାନେ ପାଟି କରିବାରୁ ଭାଲୁ ଛାଡ଼ି ଚାଲିଯାଇଥିଲା। ଗୁରତର ଅବସ୍ଥାରେ କାହୁ କୁ ଦମକଳ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇ ଥିବା ଜଣାପଡିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories