www.samajalive.in
Saturday, December 6, 2025
14.1 C
Bhubaneswar

ଅସହାୟ ଯୁବତୀଙ୍କୁ ମାସାଧିକ ଗଣଦୁର୍ଷ୍କମ; ସମସ୍ତେ ଜାଣି ଚୁପ୍ ଥିଲେ !

ଢେଙ୍କାନାଳ: ଦିନେ କି ଦୁଇଦିନ ନୁହେଁ କିମ୍ବା ଜଣେ କି ଦୁଇଜଣ ନୁହଁନ୍ତି, ଦୀର୍ଘ ମାସାଧିକ କାଳ ୭ ଯୁବକ ଜଣେ ଅସହାୟ ୨୨ ବର୍ଷୀୟ ଯୁବତୀଙ୍କୁ ଗଣଦୁର୍ଷ୍କମ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ଏକ ଲୋମହର୍ଷକ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିଥିଲେ ମଧ୍ୟ ପାଟି ନଖୋଲିବା ଆହୁରି ଚିନ୍ତାର ବିଷୟ ହୋଇଛି। ପୀଡ଼ିତାଙ୍କୁ ପାଗଳି ଓ ତାଙ୍କ ବାପାଙ୍କୁ ମାନସିକ ବିକୃତ ଦର୍ଶାଇ ଲୋକେ ନିରବ ରହିଥିଲେ ବୋଲି କୁହାଯାଉଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପୁଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛନ୍ତି।

ଘଟଣା ଘଟିଛି ଢେଙ୍କାନାଳ ଜିଲା ଭାପୁର ଫାଣ୍ଡି ଅଞ୍ଚଳ ଅନ୍ତର୍ଗତ ମହୁଲପୁଞ୍ଜି ଗ୍ରାମରେ। ପୀଡ଼ିତାଙ୍କ ବାପା ଘରଜ୍ବାଇଁ ହୋଇ ଶ୍ବଶୂର ଘରେ ରହୁଥିଲେ। ମା’ଙ୍କ ପରଲୋକ ପରେ ବିଭିନ୍ନ କାରଣକୁ ନେଇ ସମ୍ପର୍କୀୟ ତାଙ୍କଠାରୁ ଜମିବାଡ଼ି ଛଡ଼ାଇ ନେଲେ। ଯୁବତୀଙ୍କ ବାପା ବିଭିନ୍ନ ଚାପରେ ପଡ଼ି ମାନସିକ ବିକାରଗ୍ରସ୍ତ ହୋଇଥିଲେ। କିଛିବର୍ଷ ହେଲା ବାପା- ଝିଅ ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ରହୁଥିଲେ। ରାତି ହେଲେ ବାପା ନିଶାସକ୍ତ ଓ ମାନସିକ ବିକୃତ କାରଣରୁ ଶୋଇ ଯାଉଥିଲେ। କବାଟ ବି ବନ୍ଦ କରୁନଥିଲେ। ଏହାର ସୁଯୋଗ ନେଇ ଉକ୍ତ ଗାଁର ୭ ଯୁବକ ରାତି ୧୦ଟା ପରେ ଆସି ଘରେ ପଶୁଥିଲେ। ଯୁବତୀଙ୍କୁ ଛାତ ଉପରକୁ ନେଇ ଜଣକ ପରେ ଜଣେ ଦୁର୍ଷ୍କମ କରୁଥିଲେ।

- Advertisement -

ସକାଳ ହେବା ପୂର୍ବରୁ ସେମାନେ ସ୍ଥାନ ଛାଡ଼ି ଚାଲି ଯାଉଥିଲେ। ଏହିଭଳି ପ୍ରତିଦିନ ଯୁବତୀଙ୍କୁ ପାଶବିକ ଅତ୍ୟାଚାର କରୁଥିଲେ। ଦୀର୍ଘ ଏକବର୍ଷ ହେଲା ଚାଲିଥିଲା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଗର୍ଭବତୀ ହେବା ପରେ ମଧ୍ୟ ଏଥିରୁ ଯୁବତୀଙ୍କୁ ନିସ୍ତାର ମିଳିନଥିଲା। ଯୁବତୀ ଏବେ ୭ ମାସର ଗର୍ଭବତୀ। ଘଟଣା ସମ୍ପର୍କରେ ଗାଁ ଲୋକେ ଅଳ୍ପବହୁତେ ଜାଣି ସୁଦ୍ଧା ଯୁବତୀଙ୍କୁ ପାଗଳି କହି ଘଟଣାକୁ ଏଡ଼ାଇ ଯାଇଥିଲେ। ଏମିତିକି ଦୁର୍ଷ୍କମ କରୁଥିବା କିଛି ଯୁବକଙ୍କ ଘରକୁ ଯୁବତୀ ନିଜେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା। ଏହା ପ୍ରକାଶ କରିଛନ୍ତି ନିଜେ ପୀଡ଼ିତା।

କୌଣସି ସୂତ୍ରରୁ ସୂଚନା ପାଇ ଢେଙ୍କାନାଳ ସଖୀ କେନ୍ଦ୍ରର କର୍ମଚାରୀମାନେ ଯୁବତୀଙ୍କୁ ଉଦ୍ଧାର କରି ଦୁଇଦିନ ହେଲା କେନ୍ଦ୍ରରେ ରଖି କାଉନସେଲିଂ ଚଳାଇଛନ୍ତି। ଘଟଣା ପ୍ରଘଟ ହେବା ପରେ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଢେଙ୍କାନାଳ ସଦର ଥାନାରେ ସଖୀ ପକ୍ଷରୁ ଏତଲା ଦାୟର କରାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତି ସନ୍ଦେହରେ ପୁଲିସ ୪ଜଣଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି। ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଢେଙ୍କାନାଳ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କ ଡିଏନ୍‌ଏ ପରୀକ୍ଷା କରାଯାଉ ଏବଂ ଆଇନ ଅନୁସାରେ କଠୋର ଦଣ୍ଡ ଦିଆଯାଉ ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ଦାବି କରାଯାଇଛି। ଦଳର ଜିଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ବରେ ଏକ ଦଳ ଅଭିଯୋଗର ଅନୁଧ୍ୟାନ ସହ ପୁଲିସ ଜାଣିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଭିଯୁକ୍ତଙ୍କୁ ଛାଡ଼ିଦେବା ଉଦ୍ୟମ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ପୀଡ଼ିତାକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପ୍ରଦାନ ଲାଗି ପାର୍ଟି ଦାବି କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories