www.samajalive.in
Sunday, December 7, 2025
23.1 C
Bhubaneswar

ଆରପାରିରେ ଅର୍ଜୁନ

ଭଦ୍ରକ : ରାଜ୍ୟ ରାଜନୀତିର ଜଣେ ଓଜନଦାର ନେତା, ଭଦ୍ରକ ରାଜନୀତିର ଭୀଷ୍ମ ପିତାମହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀ ଆରପାରିରେ। ଭଦ୍ରକର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ବିଳମ୍ବିତ ସଂଧ୍ୟାରେ ତାଙ୍କର ପରଲୋକ ଘଟିଛି। କଂଗ୍ରେସ ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ସେଠୀ ପରବର୍ତୀ ଅବସ୍ଥାରେ ଜନତା ଦଳ, ବିଜୁ ଜନତା ଦଳ ଓ ଶେଷରେ ବିଜେପିରେ ଯୋଗ ଦେଇଥିଲେ। ମୋଟ ୮ ଥର ସାଂସଦ ଭାବେ ଭଦ୍ରକ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଛନ୍ତି। ୨ଥର ଭଣ୍ଡାରିପୋଖରୀ ଆସନରୁ ବିଧାୟକ ହେବାର ସୌଭାଗ୍ୟ ଅର୍ଜିଛନ୍ତି। ଏକଦା ଅର୍ଜୁନ ଥିଲେ ଅପରାଜେୟ। ୧୯୭୧ରେ କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରିଥିଲେ। ସେହିବର୍ଷ ସେ କଂଗ୍ରେସ ଟିକଟରେ ସଂସଦୀୟ କ୍ଷେତ୍ରରୁ ଲଢି ଜିତିଥିଲେ। ପରେ ୧୯୭୭ ହାରିଥିଲେ ଓ ୧୯୮୦ରେ କଂଗ୍ରେସ ଟିକଟରେ ଭଦ୍ରକ ସଂସଦୀୟ କ୍ଷେତ୍ରରୁ ଲଢି ବିଜୟୀ ହୋଇଥିଲେ। ୧୯୯୧ରେ ଅର୍ଜୁନ ବାବୁ କଂଗ୍ରେସ ଦଳ ଛାଡି ଜନତା ଦଳ ଟିକଟରେ ଭଦ୍ରକ ସଂସଦୀୟ କ୍ଷେତ୍ରରୁ ଲଢି ବିଜୟୀ ହୋଇଥିଲେ। ପରେ ୧୯୯୮ ନିର୍ବାଚନରେ ବିଜେଡି ଟିକଟରେ ଭଦ୍ରକ ସଂସଦୀୟ କ୍ଷେତ୍ରରୁ ଲଢି ବିଜୟୀ ହୋଇଥିଲେ। ପରେ ବିଜେଡି ଟିକଟରେ ୧୯୯୯, ୨୦୦୪, ୨୦୦୯, ୨୦୧୪ ନିର୍ବାଚନରେ କ୍ରମାଗତ ଭାବେ ବିଜେଡି ଟିକଟରେ ସଂସଦକୁ ନିର୍ବାଚିତ ହୋଇଥିଲେ ଅର୍ଜୁନ ବାବୁ। ତାଙ୍କ ରାଜନୈତିକ କ୍ୟାରିୟରରେ ୯ଥର ସଂସଦୀୟ କ୍ଷେତ୍ର ଲାଗି ନିର୍ବାଚନ ଲଢି ୮ଥର ସାଂସଦ ହେବାର ରେକର୍ଡ ସୃଷ୍ଟି କରିଥିଲେ ଅର୍ଜୁନବାବୁ। ଏଥିସହ ରାଜନୈତିକ କ୍ୟାରିୟର ଭିତରେ ୨ଥର ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବେଶ ବିଶ୍ୱସ୍ତ ନେତା ରହିଥିବା ଅର୍ଜୁନବାବୁ ଦୀର୍ଘକାଳ ଭଦ୍ରକ ଜିଲା ବିଜେଡିର ସଭାପତି ମଧ୍ୟ ଥିଲେ। କେନ୍ଦ୍ରର ଏନଡିଏ ସରକାରରେ ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ ବିଭାଗର କ୍ୟାବିନେଟ ମନ୍ତ୍ରୀ ରହିଥିଲେ। କିନ୍ତୁ ଗତ ୨୦୧୯ ନିର୍ବାଚନ ବେଳେ ନିଜ ପୁଅଲାଗି ବିଜେଡି ଟିକଟ ଆଣିବାରେ ବିଫଳ ଅର୍ଜୁନବାବୁ ଦଳ ଛାଡିଥିଲେ। ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଥିଲେ। ପୁଅ ଅଭିମନ୍ୟୁଙ୍କୁ ବିଜେପିରୁ ସାଂସଦ ପ୍ରାର୍ଥୀ କରାଇବାରେ ସଫଳ ହୋଇଥିଲେ। ତେବେ ଅଳ୍ପ ବ୍ୟବଧାନରେ ଅଭିମନ୍ୟୁ ନିର୍ବାଚନ ହାରିଥିଲେ। ତା’ ପରଠାରୁ ଅର୍ଜୁନବାବୁ ଏକ ପ୍ରକାର ସକ୍ରିୟ ରାଜନୀତିରେ ନଥିଲେ। ଶାରୀରିକ ଅସୁସ୍ଥତା ଏହାର କାରଣ ବୋଲି କୁହାଯାଉଥିଲା। ଆଜି ତାଙ୍କର ପରଲୋକରେ ଭଦ୍ରକ ଜିଲା ତମାମ ଶୋକ ପ୍ରକାଶ ପାଇଛି। ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଧାୟକ ବ୍ୟୋମକେଶ ରାୟଙ୍କ ସମେତ ବହୁ ରାଜନେତା ଶୋକ ପ୍ରକଟ କରିଛନ୍ତି।

 

- Advertisement -

 

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories