www.samajalive.in
Saturday, December 6, 2025
23.1 C
Bhubaneswar

ଇଂଲଣ୍ଡ ସିରିଜ୍‌ରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବ ବିସିସିଆଇ!

ନୂଆଦିଲ୍ଲୀ: ଚଳିତମାସ ଶେଷଆଡ଼କୁ ଭାରତ ଗସ୍ତରେ ଆସୁଛି ଇଂଲଣ୍ଡ କ୍ରିକେଟ୍‌ ଦଳ। ଏହି ଗସ୍ତରେ ବିରାଟ କୋହଲିଙ୍କ ଦଳ ବିପକ୍ଷରେ ଇଂଲଣ୍ଡ ୪ଟି ଟେଷ୍ଟ, ୫ଟି ଟ୍ବେଣ୍ଟି୨୦ ଓ ୩ଟି ଦିନିକିଆ ମ୍ୟାଚ୍‌ର ସିରିଜ୍ ଖେଳିବ। ଏହି ସମସ୍ତ ମ୍ୟାଚ୍‌ ମାତ୍ର ୩ଟି ସହର ଚେନ୍ନଇ, ଅହମ୍ମଦାବାଦ ଓ ପୁଣେରେ ଖେଳାଯିବ। କରୋନା ସଂକ୍ରମଣକୁ ଦେଖି ଏହି ସିରିଜ୍‌ରେ ଷ୍ଟାଡିୟମ୍‌କୁ ୫୦ ପ୍ରତିଶତ ଦର୍ଶକଙ୍କୁ ଖେଳ ଦେଖିବାର ଅନୁମତି ଦେବା କଥା ବିଚାର କରୁଛି। ଶେଷଥର ପାଇଁ ୨୦୨୦ ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଷ୍ଟାଡିୟମ୍‌​‌େ​‌ର ୧୦୦ ପ୍ରତିଶତ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା। ତେବେ ଭାରତୀୟ ଦଳର ଗତ ଅଷ୍ଟ୍ରେଲିଆ ଗସ୍ତରେ ସମସ୍ତ ଷ୍ଟାଡିୟମ୍‌ରେ ୫୦ ପ୍ରତିଶତ ଦର୍ଶକଙ୍କୁ ଖେଳ ଦେଖିବାର ଅନୁମତି କ୍ରିକେଟ୍‌ ଅଷ୍ଟ୍ରେଲିଆ ଦେଇଥିଲା। ଏଥିରୁ ଶିକ୍ଷାଲାଭ କରି ଇଂଲଣ୍ଡ ସିରିଜ୍‌ରେ ଷ୍ଟାଡିୟମ୍‌କୁ ଦର୍ଶକ ଛାଡ଼ିବା ଲାଗି ବିିସିସିଆଇ ବିଚାର କରୁଛି।

 

- Advertisement -

ହେଲେ ବିିସିସିଆଇ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ୍‌ରେ ପ୍ରବେଶ କରିବାର ଅନୁମତି ଦେଲେ ହେଁ ଚୂଡ଼ାନ୍ତ ନିଷ୍ପତ୍ତି ଉକ୍ତ ୩ଟି ଷ୍ଟାଡିୟମ୍‌ ଥିବା ରାଜ୍ୟ କ୍ରିକେଟ୍‌ ସରକାରଙ୍କ ଉପରେ ନିର୍ଭର କରେ। ଅନୁମାନ କରାଯାଉଛି ଯେ ବିସିସିଆଇ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବାର ପ୍ରସ୍ତାବ ଦେଇଥିଲେ ହେଁ ରାଜ୍ୟ କ୍ରିକେଟ୍‌ ସରକାର ସେଠାକାର କୋଭିଡ୍‌-୧୯ ପରିସ୍ଥିତିକୁ ଦେଖି ଏହାକୁ ୨୦ କି ୨୫ ପ୍ରତିଶତ କରିପାରନ୍ତି। ବିସିସିଆଇ ଅଧିକାରୀ ଆଶା ରଖିଛନ୍ତି ଯେ ଇଂଲଣ୍ଡ ସିରିଜ୍‌ରେ ଯଦି ଦର୍ଶକ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିବାର ସୁଯୋଗ ପାଆନ୍ତି; ଏହା ବିସିସିଆଇ ପାଇଁ ଶୁଭଖବର। କାରଣ ଆସନ୍ତା ଆଇପିଏଲ୍‌ରେ ଷ୍ଟାଡିୟମ୍‌ରେ ଦର୍ଶକ ପ୍ରବେଶର ଅନୁମତି ବିସିସିଆଇ ହାସଲ କରିପାରିବ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories