www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟୁତ୍‍ ବିଲ୍‍ ସଂଶୋଧନର ଶେଷ ତାରିଖ ୩୧

ପିପିଲି : ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‍ (ଟିପିସିଓଡିଏଲ୍‍) ପକ୍ଷରୁ ବିଦ୍ୟୁତ୍‍ ବିଲ୍‍ ସଂଶୋଧନ ପାଇଁ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉପଭୋକ୍ତାମାନଙ୍କ ବକେୟା ବିଦ୍ୟୁତ୍‍ ବିଲ୍‌ରେ ୨ବର୍ଷ ପୂର୍ବରୁ ଥିବା ସମସ୍ତ ତ୍ରୁଟି ତଥା ଭ୍ରମ ସଂଶୋଧନ ନିମନ୍ତେ ଦରଖାସ୍ତ ଗ୍ରହଣ କରିବା ପାଇଁ ଚଳିତ ମାସ ଜାନୁୟାରୀ ୩୧ ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ସ୍ୱତନ୍ତ୍ର ବିଦ୍ୟୁତ୍‍ ବିଲ୍‍ ସଂଶୋଧନ କ୍ୟାମ୍ପ ମାଧ୍ୟମରେ ସଂସ୍ଥା ଗ୍ରାହକମାନଙ୍କ ବିଦ୍ୟୁତ୍‍ ବିଲ୍‌ରେ ଥିବା ତ୍ରୁଟିର ତୁରନ୍ତ ସମାଧାନ ପୂର୍ବକ ଅବଶିଷ୍ଟ ବକେୟା ଅର୍ଥ ଆଦାୟ ପାଇଁ ପଦକ୍ଷେପ ନେଉଛି । ଏଥିପାଇଁ ସ୍ୱତନ୍ତ୍ର ଆବେଦନ ଫର୍ମ ମାଧ୍ୟମରେ ନିକଟସ୍ଥ ସମସ୍ତ ବିଦ୍ୟୁତ୍‍ କାର୍ଯ୍ୟାଳୟରେ ଦରଖାସ୍ତ ଦେବା ପାଇଁ ପିପିଲିର ସହକାରୀ ଯନ୍ତ୍ରୀ ଦୁର୍ଗାପ୍ରସାଦ ଦାସ ଗ୍ରାହକମାନଙ୍କୁ ଅନୁରୋଧ କରିଛନ୍ତି । ବିଦ୍ୟୁତ୍‍ ଭିତ୍ତିଭୂମିର ବିକାଶ, ଆବଶ୍ୟକୀୟ ମରାମତି ମାଧ୍ୟମରେ ଉନ୍ନତ ମାନର ସେବା ଯୋଗାଇବା ସହ ଗ୍ରାହକ ସନ୍ତୁଷ୍ଟିକୁ ଧ୍ୟାନରେ ରଖି ସଠିକ୍‍ ବିଲ୍‍ ପ୍ରଦାନ କରିବା ଏବଂ ଦେୟ ଆଦାୟ କରିବା ପାଇଁ ସଂସ୍ଥା ବଦ୍ଧ ହେବା ସହ ଏସଂପର୍କରେ ତାର ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories