www.samajalive.in
Saturday, December 13, 2025
26.1 C
Bhubaneswar

ଧୋନୀ ଯୁଗ ଶେଷ ! ବାର୍ଷିକ ଚୁକ୍ତି ତାଲିକାରୁ ବାଦ୍‌ ଦେଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଅବସରକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ଧୋନୀ ଅବସର ନେବେ ନା ଆଉ କିଛିଦିନ ଖେଳିବେ, ଏହା ଜାଣିବା ଲାଗି କ୍ରିକେଟପ୍ରେମୀ ତଥା ଧୋନୀଙ୍କ ପ୍ରଶଂସକଙ୍କ ମଧ୍ୟରେ ସବୁବେଳେ ଉତ୍କଣ୍ଠା ଦେଖିବାକୁ ମିଳିଥାଏ। ତେବେ ଗୁରୁବାର ବିସିସିଆଇ(ବୋର୍ଡ ଅଫ୍‌ କ୍ରିକେଟ ଫର କଂଟ୍ରୋଲ ଇନ୍‌ ଇଣ୍ଡିଆ) ପକ୍ଷରୁ ପ୍ରକାଶିତ ବାର୍ଷିକ ଚୁକ୍ତି ତାଲିକାରୁ ଧୋନୀଙ୍କୁ ବାଦ୍‌ ଦିଆଯିବା ପରେ ତାଙ୍କ ଯୁଗ ଶେଷ ହୋଇଯାଇଥିବା ଚର୍ଚ୍ଚା ହେଉଛି।

pic courtesy-espncricinfo.com

ଗୁରୁବାର ବିସିସିଆଇ ଭାରତୀୟ ଖେଳାଳିମାନଙ୍କ ବାର୍ଷିକ ଚୁକ୍ତି ତାଲିକା  ଜାରି କରିଛି। ୨୦୧୯ ଅକ୍ଟୋବରରୁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଥିବା ଏହି ଚୁକ୍ତି ତାଲିକାରେ ଧୋନୀଙ୍କ ନାମ ନାହିଁ। ଧୋନୀ ଅବସର ନେବା ବିଷୟରେ ଘୋଷଣା କରି ନ ଥିଲେ ହେଁ, ଗତବର୍ଷ ତାଙ୍କୁ ‘ଏ’ ଗ୍ରେଡ୍‌ କଣ୍ଟ୍ରାକ୍ଟ ମିଳିଥିବାବେଳେ ଏଥର ବାଦ୍‌ ଦିଆଯାଇଥିବାରୁ ସେ କ୍ରିକେଟରୁ ସନ୍ନ୍ୟାସ ନେବା ଲାଗି ଯୋଜନା କରୁଥିବା କଥାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।

- Advertisement -

ସୂଚନା ଅନୁସାରେ, ନୂଆ କଣ୍ଟ୍ରାକ୍ଟ ତାଲିକା ଅନୁଯାୟୀ ବର୍ତ୍ତମାନର ଅଧିନାୟକ ବିରାଟ କୋହଲି, ଓପନର ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଗେଡ୍‌ ‘ଏ’ ପ୍ଲସ ତାଲିକାରେ ରହିଛନ୍ତି। ସେହିପରି ଗ୍ରେଡ୍‌ ‘ଏ’ରେ ଆର. ଅଶ୍ଵିନୀ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ଵର କୁମାର, ଚେତେଶ୍ଵର ପୂଜାରା, ଆଜିଙ୍କ୍ୟ ରାହାଣେ, କେ. ଏଲ. ରାହୁଲ, ଶିଖର ଧାୱନ, ମହମ୍ମଦ ସାମୀ, ଈଶାନ୍ତ ଶର୍ମା, କୁଲଦୀପ ଯାଦବ ଏବଂ ଋଷଭ ପନ୍ତ ରହିଛନ୍ତି। ଏହାବ୍ୟତୀତ ଗ୍ରେଡ୍‌ ‘ବି’ରେ ରିଦ୍ଧିମାନ ଶାହା, ଉମେଶ ଯାଦବ, ୟୁଜଭେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମୟଙ୍କ ଅଗ୍ରୱାଲ ପ୍ରମୁଖ ରହିଛନ୍ତି।

୨୦୦୪ ଡିସେମ୍ବର ୨୩ରେ ବାଂଲାଦେଶ ବିପକ୍ଷରେ ଧୋନୀ ପ୍ରଥମେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ୨୦୧୯ ବିଶ୍ଵକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ତାଙ୍କର ଶେଷ ମ୍ୟାଚ୍‌ ଥିଲା। ନିଜର ଦୃଢ଼ ଏବଂ ଅଭିଜ୍ଞ ନେତୃତ୍ଵ ବଳରେ ସେ ୨୦୧୧ରେ ଭାରତକୁ ବିଶ୍ଵକପ ଦେଇଥିଲେ। ଧୋନୀ ଅନ୍ତର୍ଜାତୀୟ କ୍ୟାରିୟରରେ ୯୦ଟି ଟେଷ୍ଟ ମ୍ୟାଚ, ୩୫୦ ଦିନିକିଆ ଏବଂ ୯୮ଟି ଟି-୨୦ ମ୍ୟାଚ୍‌ ଖେଳିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories