ଭୁବନେଶ୍ବର : ଆଜି ଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଭୁବନେଶ୍ବର-ସୁରତ ବିମାନ ସେବା। ସୋମବାର ସକାଳ ୮ଟା ୪୦ରେ ଏୟାର ଇଣ୍ଡିଆ ବିମାନ ୮୧ଯାତ୍ରୀଙ୍କୁ ନେଇ ଭୁବନେଶ୍ଵର ବିମାନ ବନ୍ଦରରୁ ସୁରତ୍ ଅଭିମ୍ମୁଖେ ଯାତ୍ରା ଆରମ୍ଭ କରିଛି। ଏହି ବିମାନ ପ୍ରତି ସୋମବାର ଓ ଗୁରୁବାର ଦିନ ଭୁବନେଶ୍ବରରୁ ଏବଂ ସୁରତରୁ ପ୍ରତି ଶୁକ୍ରବାର ଓ ରବିବାର ଦୁଇ ସହର ମଧ୍ୟରେ ସିଧାସଳଖ ଉଡ଼ାଣ କରିବ। ତେବେ ଏହି ବିମାନ ଭୁବନେଶ୍ବର, ସୁରତ ବ୍ୟତୀତ ବେଙ୍ଗାଲୁରୁ ଦେଇ ଯାତ୍ରା କରିବ। ସୁରତରେ ରହୁଥିବା ବହୁ ସଂଖ୍ୟକ ଓଡ଼ିଆ, ଦୁଇ ସହର ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ ପାଇଁ ଦୀର୍ଘ ଦିନ ହେବ କରିଆସୁଥିବା ଦାବି ଶେଷରେ ପୂରଣ ହୋଇଛି।
Popular Categories



