ନିଶା କାରବାର କରୁଥିଲେ ୨ ଉଚ୍ଚଶିକ୍ଷିତ ଯୁବତୀ ; ବାନ୍ଧିଲା ପୁଲିସ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଶନିବାର ୨ ଜଣ ଧଳାଜହର ବେପାରୀ ଯୁବତୀ ଶନିବାର ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ କରାଯାଇଛି। ଭୁବନେଶ୍ୱରରେ ଘର ଭଡା ନେଇ ନିଶା କାରବାର ଚଳାଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ୨ ଯୁବତୀ ଜଣକ କାକଟପୁର ଓ ବାଲେଶ୍ୱରର ହୋଇଥିବା ବେଳେ ଉଭୟ ଆଇଟି ସେକ୍ଟରରେ କାର୍ଯ୍ୟରତ। ଯୁବତୀଙ୍କୁ ଗିରଫ କରାଯାଇ କମିଶନରେଟ ପୁଲିସ କୋର୍ଟ ଚାଲାଣ କରିଛି। ଘଟଣାର ତଦନ୍ତ ଜାରି ରହିଛି।
Comments are closed.