www.samajalive.in
Sunday, December 7, 2025
16.1 C
Bhubaneswar

ମହାକାଶରେ ‘ଶିବ-ଶକ୍ତି’

ନୂଆଦିଲ୍ଲୀ: ମହାକାଶରେ ବୈଜ୍ଞାନିକମାନେ ଆକାଶଗଙ୍ଗାର ପ୍ରାଥମିକ ନିର୍ମାଣ ଖଣ୍ଡ ଗୁଡିକ ଚିହ୍ନଟ କରିଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ଉଭୟ ଦୁଇଟି ନିର୍ମାଣ ଖଣ୍ଡ ୧୨-୧୩ ବିଲିୟନ ବର୍ଷର ପୁରୁଣା ହେବ । ବ୍ରହ୍ମାଣ୍ଡରେ ଆକାଶଗଙ୍ଗା ନିର୍ମାଣ ଆରମ୍ଭ ହେବା ସମୟରେ ଏହା ପ୍ରାୟ ସମାନ ସମୟ ବୋଲି କୁହାଯାଉଛି । ତାରାଙ୍କ ଏହି ସମୂହକୁ ‘ଶକ୍ତି ଏବଂ ଶିବ’ର ନାମ ଦିଆଯାଇଛି । ଜ୍ୟୋର୍ତିବିଜ୍ଞାନୀମାନେ କହିଛନ୍ତି ଏହି ଅନୁସନ୍ଧନରୁ ଜଣାପଡିଛି ଯେ ଏହା ପ୍ରାଥମିକ ସ୍ତରରେ ସୀମିତ ଥିବା ବେଳେ ବର୍ତ୍ତମାନର ଏକ ବୃହତ ଆକାରରେ ପରିଣତ ହୋଇଛି । ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଛୋଟ ଆକାଶଗଙ୍ଗାର ମିଶ୍ରଣ ଦ୍ୱାରା ଏଭଳି ଆକାଶଗଙ୍ଗା ସୃଷ୍ଟି ହୋଇଛି । ଯେତେବେଳେ ଆକାଶଗଙ୍ଗା ଗୁଡିକ ଧକ୍କା ହୋଇ ତାରା ସମୂହରେ ମିଶ୍ରିତ ହୋଇଥାଏ । ଅଧିକାଂଶ ତାରା ଗୁଡିକ ଆକାଶଗଙ୍ଗାରେ ମିଶିବା ପରେ ମଧ୍ୟ ନିଜର ଗୁଣ ବଜାୟ ରଖଥାନ୍ତି । ଯାହା ସିଧାସଳଖ ଆକାଶଗଙ୍ଗାର ଗତି ଏବଂ ଦିଗ ସହିତ ଜଡିତ ଥାଏ ।
ଦି ଆଷ୍ଟ୍ରୋଫିଜିକାଲ ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନ ଅନୁସାରେ ଆକାଶଗଙ୍ଗା ଗୁଡିକର ମିଶ୍ରଣ ସମୟରେ ଦୁଇଟି ଭିନ୍ନ ତାରକା ସମୂହ ସୃଷ୍ଟି ହୋଇଥିଲା । ଯାହାକୁ ଶକ୍ତି ଏବଂ ଶିବ ନାମ ଦିଆଯାଇଛି । ଆକାଶଗଙ୍ଗାର ମଧ୍ୟ ଭାଗରେ ଅବସ୍ଥିତ ତାରାମାନଙ୍କ ଅପେକ୍ଷା ଶିବ ଶକ୍ତିର ବେଗ ଅଧିକ ଥିଲା । ଏହି ତାରା ଗୁଡିକରେ ଧାତୁର ପରିମାଣ କମ୍‌ ଥିଲା ଯାହା ସୂଚିତ କରୁଛି ଯେ ସେମାନେ ବହୁ ପୂର୍ବରୁ ସୃଷ୍ଟି ହୋଇଥିଲେ । ନୂତନ ତାରା ଗୁଡିକରେ ଅଧିକ ଧାତବ ଉପାଦାନ ରହିଥାଏ । ଅନୁସନ୍ଧନକାରୀମାନେ ୟୁରୋପୀୟ ସ୍ପେସ୍‌ ଏଜେନ୍ସିର ଉପଗ୍ରହ ଦ୍ୱାରା ପ୍ରଦତ୍ତ ତଥ୍ୟ ବ୍ୟବହାର କରିଥିଲେ । ଏହାକୁ ଆମେରିକାର ସ୍ଲୋନ୍‌ ଡିଜିଟାଲ ସ୍କାଏ ସର୍ଭେରୁ ତାରକାଙ୍କ ତଥ୍ୟ ସହିତ ମିଶାଇ ଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories