www.samajalive.in
Sunday, December 7, 2025
18.1 C
Bhubaneswar

ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା, ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରିବ ବିଜେପି

ଭୁବନେଶ୍ୱର: ଆଜି ପ୍ରଦେଶ କାର୍ଯ୍ୟାଳୟ ଠାରେ ନବନିଯୁକ୍ତ ଓଡିଶା ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀଜୀ ଏବଂ ସହପ୍ରଭାରୀ ବିଜୟ ପାଲ ସିଂହ ତୋମାରଜୀଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏକ ଭର୍ଚୁଆଲ ମିଟିଙ୍ଗ ମାଧ୍ୟମରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସମ୍ବର୍ଦ୍ଧନା ପ୍ରସ୍ତାବ ରଖିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ , କେ.ଭି.ସିଂହଦେଓ ପ୍ରମୁଖ ପ୍ରଭାରୀ ଓ ସହପ୍ରଭାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହାର ଉତର ଦେଇ ଡି.ପୁରନ୍ଦେଶ୍ୱରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେ.ପି ନଡ୍ଡାଜୀ ତାଙ୍କ ଉପରେ ଆସ୍ଥା ସ୍ଥାପନା କରି ଓଡିଶାର ପ୍ରଭାରୀ ଭାବେ ଯେଉଁ ଗୁରୁଦୀୟୀତ୍ୱ ଅର୍ପଣ କରିଛନ୍ତି ନିଷ୍ଠାର ସହିତ ସେ ତାଙ୍କ ଦାୟୀତ୍ୱ ତୁଲାଇବେ ବୋଲି ପ୍ରତିଶୃତି ଦେଇଥିଲେ। କରୋନା ଯୋଗୁଁ ବ୍ୟକ୍ତିଗତ ଭାବେ ସେ ସମସ୍ତଙ୍କ ସହ ସାକ୍ଷାତ କରିପାରୁନଥିବାରୁ ଦୁଃଖ ପ୍ରକାଶ କରିବା ସହିତ ଖୁବ ଶୀଘ୍ର ଓଡିଶା ଆସି ସମସ୍ତଙ୍କୁ ସାକ୍ଷାତ କରିବେ ବୋଲି କହିଥିଲେ। ଆଗାମୀ ନଭେମ୍ବର ୨୬ ତାରିଖ ଦିନ ରାଜ୍ୟ, ଜିଲ୍ଲା ଏବଂ ମଣ୍ଡଳ ସ୍ତରରେ ସମ୍ବିଧାନ ଦିବସ ପାଳନ କରିବା ପାଇଁ ସେ ଆହ୍ୱାନ ଦେବା ସହ ଡ. ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ ପ୍ରସଙ୍ଗକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଡ. ଆମ୍ବେଦକରଙ୍କ ଜନ୍ମ, ଶିକ୍ଷା, କର୍ମଭୂମି, ଦୀକ୍ଷା ଭୂମି ଓ ସମାଧୀସ୍ଥଳୀ ପ୍ରତି ସମ୍ମାନ ଜଣାଇ ସେ ସବୁ ସ୍ଥାନକୁ ପଞ୍ଚ ତୀର୍ଥରେ ପରିଣତ କରିଥିବାରୁ ଶ୍ରୀ ମୋଦିଙ୍କ ପ୍ରତି ମଧ୍ୟ କୃତଜ୍ଞତା ଜ୍ଞାପନ କରିଥିଲେ। ଯେଉଁମାନେ ବାବାସାହେବଙ୍କର ଜୀବନୀ, ଆଦର୍ଶ ଓ ସମ୍ବିଧାନ ସଂପର୍କରେ ଦକ୍ଷତା ଅର୍ଜନ କରିଛନ୍ତି ସେହିମାନଙ୍କୁ ନେଇ ସମ୍ବିଧାନ ଦିବସ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଓଡିଶା ବିଜେପିର ସମସ୍ତ କାର୍ଯ୍ୟକର୍ତା ଏକାଠି ହୋଇ ଆଗାମୀ ପୌର, ତ୍ରିସ୍ତରୀୟ ପଞ୍ଚାୟତ ଏବଂ ସାଧାରଣ ନିର୍ବାଚନରେ ବିଜେପିକୁ ସଫଳ କରିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟକରିବାକୁ ସେ ଆହ୍ୱାନ ଦେଇଥିଲେ। ଓଡିଶା ବିଜେପି ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକ, ପଦାଧିକାରୀ, କାର୍ଯ୍ୟକାରିଣୀଙ୍କ ତରଫରୁ ତାଙ୍କୁ ଯେପରି ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଛି ସେଥିପାଇଁ ସମସ୍ତଙ୍କ ନିକଟରେ ସେ କୃତଜ୍ଞତା ପ୍ରକାଶ କରିଥିଲେ। ଏହି ଉତ୍ସବକୁ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାନ୍ତସିଂହାର ସଂଯୋଜନା କରିଥିଲେ ଏବଂ ଉତ୍ସବ ଶେଷରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର , ରାଷ୍ଟ୍ରୀୟ ପ୍ରବକ୍ତା ଓ ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ କେ.ଭି ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ପୂର୍ବତନ ସାଂସଦ ତଥା ଏସି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ, ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ, ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories