ଭୁବନେଶ୍ବର : ସିବିଏସଇ ନବମରୁ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମ ୩୦% ହ୍ରାସ ପ୍ରସଙ୍ଗରେ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି। ନିଷ୍ପତ୍ତି ଉପରେ ବିଚାର କରାଯିବ ବୋଲି ବୋଲି ସମୀର ଜଣାଇଛନ୍ତି। ୩୦ ଭାଗରୁ ଅଧିକ ପାଠ୍ୟକ୍ରମ କମିପାରେ ବୋଲି ସୂଚନା ଦେଇଛନ୍ତି। ସ୍କୁଲ ଖୋଲିବା ପରେ କେତେ ପ୍ରତିଶତ ପାଠ ପାଢାଯିବ ସେ ନେଇ ନିଷ୍ପତ୍ତି ହେବ । ଖାଲି ୩୦ % ନୁହେଁ ଆବଶ୍ୟକ ପଡିଲେ ତା ଠାରୁ ଅଧିକ ପାଠ୍ୟକ୍ରମ ହ୍ରାସ ହୋଇପାରେ ବୋଲି ସେ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ।
ଚଳିତ ଶିକ୍ଷା ବର୍ଷରେ ୩୦ % ରୁ ଅଧିକ ପାଠ୍ୟକ୍ରମ କମିପାରେ – ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
Popular Categories



