www.samajalive.in
Monday, December 8, 2025
24.1 C
Bhubaneswar

ଭାରତରେ କରୋନା ମୃତ୍ୟୁ ହାର ସବୁଠୁ କମ୍; ପ୍ରତି ୧୦ଲକ୍ଷରେ ୧୫ ମୃତ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ମୃତ୍ୟୁର ବିଭୀଷିକା ସୃଷ୍ଟି କରିଥିବା କରୋନା ଭୂତାଣୁ ଅନ୍ୟ ଦେଶ ତୁଳନାରେ ଭାରତରେ ସବୁଠୁ କମ୍‌ ମୁଣ୍ଡ ନେଇଛି। ଭାରତର କରୋନା ସଂକ୍ରମଣ ଜନିତ ମୃତ୍ୟୁ ହାର ବିଶ୍ବରେ ସର୍ବନିମ୍ନ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଆଧାରରେ କେନ୍ଦ୍ର ସରକାର କହିଛନ୍ତି ଯେ ଭାରତରେ ପ୍ରତି ୧ ନିୟୁତ (୧୦ଲକ୍ଷ) ଲୋକଙ୍କ ମଧ୍ୟରେ ୧୪.୨୭ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ବିଶ୍ବରେ ଏହି ହାର ଚାରିଗୁଣା ଅଧିକ ୬୮.୨୯ ରହିଛି। ହୁ’ର ଏହି ସ୍ଥିତି ସମୀକ୍ଷା ରିପୋର୍ଟରେ ଏପରି ଉଲ୍ଲେଖ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ଭାରତରେ ପ୍ରତି ୧ ନିୟୁତ ଲୋକଙ୍କ ମଧ୍ୟରୁ ୫୦୫.୩୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି। କିନ୍ତୁ ବିଶ୍ବସ୍ତରରେ ଏହି ହାର ୧,୪୫୩.୨୫ ରହିଛି। ଚିଲିରେ ପ୍ରତି ୧ ନିୟୁତ ଲୋକଙ୍କ ମଧ୍ୟରୁ ୧୫,୪୫୯.୮ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ପେରୁରେ ଏହି ହାର ୯୦୭୦.୮ ରହିଛି। ଆମେରିକାରେ ଏହି ହାର ୮୫୬୦.୫ ଥିବାବେଳେ ବ୍ରାଜିଲରେ ୭୪୧୯.୧, ସ୍ପେନରେ ୫୩୫୮.୭, ରୁଷରେ ୪୭୧୩.୫, ବ୍ରିଟେନରେ ୪୨୦୪.୪, ଇଟାଲୀରେ ୩୯୯୬.୧ ଏବଂ ମେକ୍ସିକୋରେ ୧୯୫୫.୮। ବୁଧବାର ଭାରତରେ ୨୨,୭୫୨ଟି ନୂତନ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୪୨, ୪୧୭ରେ ପହଞ୍ଚିଛି। ସେହିଭଳି ବୁଧବାର ସକାଳ ସୁଦ୍ଧା ୪୮୨ ଜଣ ପ୍ରାଣ ହରାଇବା ପରେ କରୋନା ମୃତ୍ୟୁ ସଂଖ୍ୟା ୨୦,୬୪୨ରେ ପହଞ୍ଚିଛି। ଦେଶରେ ଅଦ୍ୟାବଧି ୪,୫୬,୮୩୦ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୨,୬୪,୯୪୪ ଜଣ ଚିକିତ୍ସାଧୀନ ରହିଛନ୍ତି। ଆରୋଗ୍ୟ ହାର ଏବେ ୬୧.୫୩% ରେକର୍ଡ କରାଯାଇଛି।
ସୂଚନା ଅନୁସାରେ ଦେଶରେ ୧୧୦ ଦିନ ପରେ କରୋନା ସଂକ୍ରମିତଙ୍କ ୧ ଲକ୍ଷ ଛୁଇଁଥିଲା। ଦେଶରେ ମୋଟ ୧,୦୪,୭୩,୭୭୧ଟି କରୋନା ନମୁନା ପରୀକ୍ଷା କରାଯାଇଛି। କେବଳ ମଙ୍ଗଳବାର ଦିନ ୨,୬୨,୬୭୯ଟି ନମୁନା ପରୀକ୍ଷା ହୋଇଥିବା ଆଇସିଏମଆର ପକ୍ଷରୁ କୁହାଯାଇଛି। ବୁଧବାର ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ମହାରାଷ୍ଟ୍ରର ୯୨୫୦, ଦିଲ୍ଲୀର ୩୧୬୫, ଗୁଜରାଟର ୧୯୭୭, ତାମିଲନାଡୁର ୧୬୩୬, ଉତ୍ତରପ୍ରଦେଶର ୮୨୭, ପଶ୍ଚିମବଙ୍ଗର ୮୦୪, ମଧ୍ୟପ୍ରଦେଶର ୬୨୨, ରାଜସ୍ଥାନର ୪୭୨ ଏବଂ କର୍ଣ୍ଣାଟକର ୪୧୬ ଜଣ ଅଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories