www.samajalive.in
Saturday, December 6, 2025
23.1 C
Bhubaneswar

ରମାଦେବୀ ବିଶ୍ୱବିଦ୍ୟାଳୟରୁ ସାଂସ୍କୃତିକ ସମ୍ପର୍କ ଯାତ୍ରା

ଭୁବନେଶ୍ୱର: ଭାରତ ବିଖ୍ୟାତ ଶିଳ୍ପଗ୍ରାମ ପୁରୀ ଜିଲାର ରଘୁରାଜପୁରକୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜେଣ୍ଡର ଷ୍ଟଡି ଓ ସୋସିଓଲୋଜି ବିଭାଗର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନେ ସୋମବାର ସାଂସ୍କୃତିକ ସମ୍ପର୍କ ଯାତ୍ରା କରିଥିଲେ। ସେମାନେ ସାଂସ୍କୃତିକ ପରମ୍ପରାପୁଷ୍ଟ ପଟ୍ଟଚିତ୍ର ଓ ଓଡିଶୀ ନୃତ୍ୟର ଆଦି ଉତ୍ସ ଗୋଟିପୁଅ ଶିଳ୍ପୀମାନଙ୍କ ସହ ଆଳାପ ଆଲୋଚନା କରିଥିଲେ। ଏହାସହ ଏଥିରେ ବହୁ ଉପଯୋଗୀ ତଥ୍ୟ-ଉପାଦାନ ଆଦି ସଂଗ୍ରହ କରିଥିଲେ।
ବିଶେଷ କରି ମହିଳା ଚିତ୍ରଶିଳ୍ପୀମାନଙ୍କ ସହ ସାକ୍ଷାତକାର ସମ୍ପନ୍ନ କରି ମହିଳା ସଶକ୍ତିକରଣ, ସାଂସ୍କୃତିକ ଓ ଅର୍ଥନୈତିକ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

ପ୍ରାଧ୍ୟାପିକା ଜ୍ୟୋର୍ତିମୟୀ ଆଚାର୍ଯ୍ୟ, ଜେଣ୍ଡର ଷ୍ଟଡି ବିଭାଗର ମୁଖ୍ୟ ଡ. ଅଲିଭା ମହାନ୍ତି, ସୋସିଓଲୋଜି ବିଭାଗ ମୁଖ୍ୟା ଡଃ ସାୟନ୍ତନି ବେହୁରା, ଅଧ୍ୟାପିକା ଗୀତାଞ୍ଜଳି ନାୟକ, ଅଧ୍ୟାପକ ସୁପ୍ରୀତ ପାଣିଗ୍ରାହୀ, ଡଃ ସୁଜୟା ପ୍ରମୁଖ ଯାତ୍ରାଟିକୁ ଦିଗଦର୍ଶନ ଦେଇଥିଲେ। ଏକ୍ଷେତ୍ରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପିକା ଅପରାଜିତା ଚୌଧୁରୀଙ୍କ ପ୍ରେରଣା ଉଲ୍ଲେଖଯୋଗ୍ୟ।

- Advertisement -

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories