୧୨ରୁ୧୪ ବର୍ଷର ବିଦ୍ୟାର୍ଥୀଙ୍କୁ କୋଭିଡ ଟିକାକରଣ
ଛାତ୍ରଛାତ୍ରୀଙ୍କ ନାମ ରେଜିଷ୍ଟ୍ରେସନ କରିବା ପରେ( କୋଭିଡ) କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୁହଁରେ ତୁଣ୍ଡି ଓ ସାମାଜିକ ଦୂରତା ରକ୍ଷାକରି ପ୍ରଥମ ଡୋଜ ଟିକା ନେବାକୁ ଧାଡିରେ ଠିଆ ହୋଇ ଥିଲେ । କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ୩୦ ମିନିଟ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁଧ୍ୟାନ କରାଯାଇଛି । ଏଥିରେ ମହିଳା ସ୍ୱାସ୍ଥ୍ୟ କର୍ମୀ ସୁରେନ୍ଦ୍ରି ସାରକାଙ୍କୁ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଉକ୍ତ ବ୍ଲକରେ ୧୮ଟି ସବ ସେଣ୍ଟର ,ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଟିକାକରଣ କରାଯାଇଛି । ପ୍ରଥମ (ଡୋଜ) ସୋପାନ ଟୀକା ଦେବାର ପ୍ରାୟ ୨୮ ଦିନ ପରେ ଦ୍ୱିତୀୟ ସୋପାନ (ଡୋଜ )ଦିଆଯିବ ବୋଲି ଜଣାପଡିଛି ।
Comments are closed.