www.samajalive.in
Saturday, December 13, 2025
26.1 C
Bhubaneswar

କରୋନା: ଉଠା ଦୋକାନୀଙ୍କ ପାଇଁ ହୋଇଥିବା ଘୋଷଣାକୁ ନେଇ ଦ୍ବନ୍ଦ୍ବ , ମିଳିନି ‘ଫଣି’ କ୍ଷତିପୂରଣ

-୬ହଜାର ଜଣଙ୍କୁ ମିଳିନି ‘ଫଣି’ କ୍ଷତିପୂରଣ
-ଅଣପଞ୍ଜିକୃତ ୮ ହଜାର
-ବିଏମ୍‌ସି ତାଲିକା‌େ‌ର ୧୪ ହଜାର

ଭୁବନେଶ୍ବର : ରାଜ୍ୟର ପଞ୍ଜିକୃତ ଉଠା ଦୋକାନୀଙ୍କୁ ରାଜ୍ୟ ସରକାର ୩୦୦୦ ଲେଖାଏଁ ଟଙ୍କା କରୋନା ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେହି ଅନୁସାରେ ଭୁବନେଶ୍ବରର ରାସ୍ତାପାର୍ଶ୍ବ ଦୋକାନୀଙ୍କୁ ସହାୟତା ମିଳିବ। ହେଲେ ଯେଉଁମାନେ ପ୍ରକୃତ ଉଠାଦୋକାନୀ ସେମାନଙ୍କୁ ସହାୟତା ମିଳିବ ନା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତିି ଉଠାଦୋକାନୀ।

- Advertisement -

ନିଖିଳ ଓଡ଼ିଶା ରାସ୍ତା ପାର୍ଶ୍ବ ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ ସାହୁଙ୍କ କହିବା ଅନୁସାରେ ଭୁବନେଶ୍ବରରେ ୨୨ ହଜାରରୁ ଊର୍ଦ୍ଧ୍ବ ଉଠାଦୋକାନୀ ଅଛନ୍ତି। ହେଲେ ବିଏମ୍‌ସି ପକ୍ଷରୁ ୨୦୧୫-୧୬ରେ କରାଯାଇଥିବା ସର୍ଭେରେ ୧୪ହଜାର ପଞ୍ଜିକୃତ ଉଠାଦୋକାନୀ ଥିବା ଦର୍ଶାଯାଇଛି। ପୁଣି ଥରେ ସର୍ଭେ କରି ପ୍ରକୃତ ଉଠାଦୋକାନୀଙ୍କୁ ପଞ୍ଜିକୃତ କରାଯିବାକୁ ବିଏମ୍‌ସିକୁ ବହୁବାର ଦାବିପତ୍ର ଦିଆଯାଇଛି, କିନ୍ତୁ ତାହା ଆଜିଯାଏଁ ପୂରଣ ହେଲା ନାହିଁ।

ଉଠା ଦୋକାନୀଙ୍କୁ ବାତ୍ୟା ‘ଫଣି’ ସହାୟତା ମିଳିବ ବୋଲି ବିଏମ୍‌ସି ଘୋଷଣା କରି ୧୪ହଜାରରୁ ଊର୍ଦ୍ଧ୍ବ ଦୋକାନୀଙ୍କୁ ଦେବ ବୋଲି କହିଥିବାବେଳେ ଏଯାଏଁ ମାତ୍ର ୮ହଜାରଙ୍କୁ ଉକ୍ତ ସହାୟତା ମିଳିପାରିଛି। ହେଲେ ଏବେ କରୋନା ସହାୟତା ପ୍ରକୃତ ଦୋକାନୀଙ୍କୁ ମିଳିବ ନା ନାହିଁ ବୋଲି ସେ ସନ୍ଦେହ କରି ଏପରି ମତବ୍ୟକ୍ତ କରିଛନ୍ତି। ସେହିପରି ଭୁବନେଶ୍ବର ଉଠାଦୋକାନୀ ବ୍ୟବସାୟୀ ସଂଘର ସଭାପତି ସୁର ଜେନା କହିଛନ୍ତି, ଖାଲି ପଞ୍ଜିକୃତ ଉଠାଦୋକାନୀଙ୍କୁ କରୋନା ସହାୟତା ଦେଲେ ହେବନି, ଅଣପଞ୍ଜିକୃତ ବ୍ୟବସାୟୀଙ୍କୁ ମଧ୍ୟ ଦେବା ଉଚିତ। ଏହା ସହିତ ଅଟୋ ଚାଳକଙ୍କୁ ସହାୟତା ଦେବା ଦରକାର। ଲକ୍ ଡାଉନ୍ ଘୋଷଣା ପରେ ଅଟୋ ଚାଳକ ଏବଂ ଭୁବନେଶ୍ବରର ସମସ୍ତ ଦୋକାନୀ ପ୍ରଭାବତି ହୋଇଛନ୍ତି। ସମସ୍ତଙ୍କ ରୋଜଗାର ବନ୍ଦ ହୋଇଯାଇଛି। ସହାୟତା ନ ମିଳିଲେ ସେମାନଙ୍କ ପରିବାର କିପରି ଚଳିବ ବୋଲିି ଶ୍ରୀ ଜେନ‌ା ପ୍ରଶ୍ନ କରି ଏ ଦିଗରେ ବିଏମ୍‌ସି କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଦାବି କରିଛନ୍ତି।

କରୋନା ସଂକ୍ରମଣ ମୁକାବିଲା ପାଇଁ ଦେଶରେ ୨୧ ଦିନ ଯାଏଁ ଲକ୍‌ ଡାଉନ୍‌ ଲାଗୁ ପରେ ଭୁବନେଶ୍ବରରେ ଅତ୍ୟାବଶ୍ୟକ ସାମଗ୍ରୀ ଛାଡ଼ି ବାକି ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଦୋକାନୀଙ୍କ ରୋଜଗାର ବନ୍ଦ ହୋଇଥିବାରୁ ସରକାର ସେମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories