ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ମମିତା ମେହେର ହତ୍ୟାକାଣ୍ଡରେ ନ୍ୟାୟ ଦାବି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ ବେଳେ ତଥା ବିଧାନସଭା ଘେରାଉ ସମୟରେ କଂଗ୍ରେସ କର୍ମୀଙ୍କୁ ମାଡ ଘଟଣାର ପ୍ରତିବାଦରେ ଏହି ଧାରଣା ଦିଆଯାଇଛି। ରାଜଧାନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ,ଛାତ୍ର କଂଗ୍ରେସ ସଭାପତି ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରମୁଖଙ୍କ ସମେତ ଅନ୍ୟ ବହୁ କର୍ମୀ ଓ ନେତା ଧାରଣାରେ ବସିଛନ୍ତି। ଏହାସହ ରାଜ୍ୟର ସମସ୍ତ ଜିଲାର ଏସପି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି।
ବିଧାନସଭା ଘେରାଉ ସମୟରେ କଂଗ୍ରେସ କର୍ମୀଙ୍କୁ ମାଡ ଘଟଣା ; ଭୁବନେଶ୍ୱରରେ ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ
Popular Categories



